Monday, October 12, 2026
Home ଅପରାଧ ରାୟଗଡା ଜିଲ୍ଲା: ଟ୍ରକରେ ଗଂଜେଇ ଚାଲାଣ ବେଳେ, 200 କୁଇଣ୍ଟାଲ ଗଞ୍ଜେଇ ଜବତ

ରାୟଗଡା ଜିଲ୍ଲା: ଟ୍ରକରେ ଗଂଜେଇ ଚାଲାଣ ବେଳେ, 200 କୁଇଣ୍ଟାଲ ଗଞ୍ଜେଇ ଜବତ

48

ବିଷମ କଟକ,୬/୧(ପ୍ରସନ କୁମାର ପଣ୍ଡା): ଗଂଜେଇ ଚୋରା ଚାଲାଣ ବେଳେ କ୍ରାଇମବ୍ରାଞ୍ଚର STF ଶାଖା ତରଫରୁ 2 କୋଟି ଟଙ୍କାର ଗଂଜେଇ ଜବତ,ରାୟଗଡା ଜିଲ୍ଲାରେ ଅପରାଧ ଶାଖା ର ସ୍ୱତନ୍ତ୍ର ସ୍କ୍ୱାର୍ଡ କୁ ମିଳିଛି ଏହି ସଫଳତା।ବୌଦ୍ଧ ଜିଲ୍ଲାର କଣ୍ଟମାଲରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା 2 ଟନ ଗଂଜେଇକୁ ମୁନିଗୁଡା ଥାନା ଠାରେ ଜବତ କରାଯାଇଛି।ଚାଲାଣ ଟ୍ରକକୁ ମୁନିଗୁଡା ପୁଲିସ ଜବତ କରିଛି। ଜବତ ଗଂଜେଇର ମୂଲ୍ୟ 2 କୋଟି ହେବ ତାହା ଅନୁମାନ କରାଯାଉଛି |

ବୌଦ୍ଧ କଣ୍ଟାମାଲ ଅଞ୍ଚଳରୁ ଯାଉଥିବା ଏକ ପିଚୁ ବୋଝେଇ ଟ୍ରକ ନ OD 15 P 9006 ରୁ ଦୁଇଶହ କୁଇଣ୍ଟାଲ ଗଂଜେଇକୁ ଜବତ କରାଯାଇଛି | ଯାହାର ମୂଲ୍ୟ ଦୁଇ କୋଟି ରୁ ଉର୍ଦ୍ଧ୍ବ । ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଓ ହେଲ୍ପର ଚମ୍ପଟ ମାରିଥିବା ଜଣା ପଡ଼ିଛି ।