
ବିଷମକଟକ,୫/୦୧(ପ୍ରସନ କୁମାର ପଣ୍ଡା):ବିଧବା ମା ରଙ୍ଗବତୀ ପୂଜାରୀ ଅନ୍ୟର ଘରେ ଅଇଁଠା ବାସନ ମାଜି ଯାହା ରୋଜଗାର କରନ୍ତି ସେଥିରେ ଖାଇବାକୁ ମୁଠାଏ ଯୋଗାଡ଼ କରିବା କଷ୍ଟକର।ରୋଜଗାରିଆ ବଡ଼ପୁଅ ବିବାହ ପରେ ଅନ୍ୟତ୍ର ବାସକରି ପରିବାର ସହିତ ସମ୍ପର୍କ ଛିନ୍ନକରିସାରିଛନ୍ତି।ଅନ୍ୟ ଏକ ଝିଅ ସହ ତିନି ପ୍ରାଣୀକୁ ନେଇ ତେଲ ଲୁଣ ର ସଂସାର କୁ ଏକୁଟିଆ ରଙ୍ଗବତୀ ପୋଷିବା କାଠିକର ହୋଇ ପଡିଛି ।
ସରକାରଙ୍କ ତରଫରୁ ମାଧୁରୀ କୁ ମାନସିକ ରୋଗୀ ହିସାବରେ ୫00 ଟଙ୍କା ଭତା ଓ ୫ କେଜି ଚାଉଳ ମିଳୁଛି । ଅର୍ଥ ଅଭାବରୁଝିଅର ଚିକିତ୍ସା କରିବାରେ ଅସମର୍ଥ ଅଟନ୍ତି ରଙ୍ଗବତୀ।ମାଧୁରୀ ର ବୟସ ଯେତେବେଳେ ୭ ବର୍ଷ ଥିଲାସେ ତୃତୀୟ ଶ୍ରେଣୀରେ ପାଠ ପଢୁଥିଲା।କିନ୍ତୁ ହଠାତ ତାଙ୍କୁ ଜ୍ଵର ଆସିଲା ପରେ ମୁଣ୍ଡ ବ୍ୟଥା ହେଲା ପରେ ମାନସିକ ରୋଗ ଆରମ୍ଭ ହୋଇଥିଲା ଗ୍ରାମରେ ଏଣେତେଣେ ବୁଲିବା ସହ ପାଗଳ ଙ୍କ ପରି ବ୍ୟବହାର କରିବାରୁ ମା ରଙ୍ଗବତୀ ଉପାୟହୀନ ହୋଇ
୧୨ ବର୍ଷ ହେଲା ଲୁହା ଶିକୁଳିରେ ତାଲା ପକାଇ ନିଜ ଭଙ୍ଗା କୁଡ଼ିଆରେ ବାନ୍ଧି ରଖିଛନ୍ତି।ଯଦି ପ୍ରଶାସନ ସମ୍ବେଦନଶୀଳ ଭାବେ ଏହାର ସଠିକ ତଦନ୍ତ କରି ମାଧୁରୀ ର ଚିକିତ୍ସା ବ୍ୟବସ୍ଥା ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଇଥିଲେ ମାଧୁରୀ ଓ ତା ପରିବାର ମୁହଁରେ ହସ ଫୁଟିଥାନ୍ତା।ସେପଟେ ମାଧୁରୀକୁ ୫ କିଲୋ ଚାଉଳ ପରିବର୍ତ୍ତେ ନିହାତି ଗରିବ ଯୋଜନାରେ
ଅନ୍ତର୍ଭୁକ୍ତ କରାଇ ୩୫ କିଲୋ ଚାଉଳ ଓ ରହିବା ପାଇଁ ରାଜ୍ୟ ବା କେନ୍ଦ୍ରସରକାର ଙ୍କ ଯୋଜନା ରେ ଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।ଏହି ଘଟଣାକୁ ନେଇ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଜଣାଇଥିବାରୁ ମାଧୁରୀ ଙ୍କୁ ଚିକିତ୍ସା ର ସହାୟତା ପ୍ରଦାନ କରାଯିବ ବୋଲି ସେ କହିଥିବା ବେଳେ ଅନ୍ୟ ପଟେ ମୁନିଗୁଡା ବିଡ଼ିଓ ଙ୍କ କୌଣସି ମତାମତ ମିଳି ପାରିଲା ନାହିଁ ।









