
ଖୋର୍ଦ୍ଧା,(ସଞ୍ଜୀବ କୁମାର):ବିଜେପି ଯୁବମୋର୍ଚା ଖୋର୍ଦ୍ଧା ଜିଲ୍ଲା ତରଫରୁ ମଙ୍ଗଳବାର ଅପରାହ୍ନରେ ଜଟଣୀ ଥାନା ସାମନାରେ ଏକ ପ୍ରତିବାଦ ସଭା କରାଯାଇଥିଲା। ମାହାଙ୍ଗା ହତ୍ଯା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ଦର୍ଶାଇ ବିଜେପି କର୍ମୀମାନେ ନାରାବାଜି କରିବା ସହିତ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜଟଣୀ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ବ ରଂଜନ ବଡଜେନା, ରାଜ୍ଯ ବିଜେପି ମୁଖପାତ୍ର ସୁଦୀପ୍ତ ରାୟ,ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ରଂଜନ ମହାପାତ୍ର, ଏମ୍.ପି ପ୍ରତିନିଧି ପଦ୍ମଚରଣ ପ୍ରଧାନ,ସୁରଜ ପାଇକରାୟ,ପ୍ରଦୀପ୍ ବଡଜେନା,ରଶ୍ମିମୟୀ ପଟ୍ଟନାୟକ,ମନୋରଞ୍ଜନ ମାର୍ଥା ଇତ୍ୟାଦି ଯୋଗ ଦେଇଥିଲେ |






