Thursday, November 12, 2026
Home ଜିଲ୍ଲା ଚାଟିକଣା: ସଙ୍ଗୀତକୁ ସାଧନା କରିଛନ୍ତି ତପନ

ଚାଟିକଣା: ସଙ୍ଗୀତକୁ ସାଧନା କରିଛନ୍ତି ତପନ

156
ଫୋଟ: ନାମିତ ନାୟକ

ରାୟଗଡା,୦୫/୦୧(ମମତା ନାୟକ) :ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ନିଜର ଆଗ୍ରହ ଇଚ୍ଛା ଶକ୍ତି ଓ ଦୃଢ଼ ମନୋବଳ ବ୍ୟକ୍ତି କୁ ଶ୍ରେଷ୍ଟତ୍ଵ ପ୍ରତିପାଦନ କରିପାରେ । ଏ ହେଉଛନ୍ତି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଚାଟିକଣାପଂଚାୟତ ଅନ୍ତର୍ଗତ ବାରିଗୁଡା ଗ୍ରାମର ଜନଜାତି ବର୍ଗର ଛାତ୍ର ତପନ ବାତ୍ରା ।

ବର୍ତ୍ତମାନ ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ସ୍ନାତକୋତ୍ତର ଅଧ୍ୟୟନ କରୁଥିବା ତପନ ପ୍ରଥମେ ଗାଁ ସ୍କୁଲ ରେ ପ୍ରାଥମିକ ଶିକ୍ଷା ପରେ ଚାଟିକଣା ଉଚ୍ଚ ବିଦ୍ୟାଳୟ ରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିବା ପରେ ଉଚ୍ଚ ଶିକ୍ଷା ନିମନ୍ତେ ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଡିଗ୍ରୀ ହାସଲ କରିଛନ୍ତି ।

ଉକ୍ତ ମହାବିଦ୍ୟାଳୟର ଅଧ୍ୟାପକ ନିଲୁ ସାହୁ ତପନ ଙ୍କ ସମସ୍ତ ଶିକ୍ଷା ଖର୍ଚ୍ଚ ବହନ କରୁଛନ୍ତି।ପରିବାର କହିଲେ ବାପା ମାଆ ଆଉ ଦୁଇ ଛୋଟ ଭଉଣୀ ବାପା ବିକଲାଙ୍ଗ ହୋଇଥିବାରୁ ଘର ଚଳିବା କଷ୍ଟସାଧ୍ୟ ହେଉଛି। ଛୋଟ ବେଳରୁ ହିଁ ଗୀତ ଗାଇବା ରେ ରୁଚି ରଖିଥିଲେ ତପନ । ତାଙ୍କର ସୁଲଳିତ କଣ୍ଠସ୍ୱର ଶୁଣି ଗ୍ରାମବାସୀ ତାଙ୍କୁ ଗାଇବା ପାଇଁ ଉତ୍ସାହିତ କରିଥିଲେ ।

ଛାତ୍ର ଜଣକ ନିହାତି ଗରିବ ପରିବାର ରୁ ଆସିଥିବରୁ ଉପଯୁକ୍ତ ସଙ୍ଗୀତ ସାଧନା ଗୁରୁଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିବା ତାଙ୍କ ପାଇଁ କଷ୍ଟ ସାଧ୍ୟ ଥିଲା । ତପନ ଙ୍କ ପିତା ଜଳ ନ୍ଦର କିଛି ଦିନ ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ଡାହାଣ ଗୋଡ଼ କଟି ବିକଲାଙ୍ଗ ଅବସ୍ଥାରେ ଜୀବନଯାପନ ନିର୍ବାହ କରୁଛନ୍ତି।ତାଙ୍କ ପାଇଁ କୌଣସି ସଙ୍ଗୀତ ତାଲିମ କେନ୍ଦ୍ର ରେ ଶିକ୍ଷା ଗ୍ରହଣ କରିବା ପାଇଁ ଅର୍ଥର ଅଭାବ ଯୋଗୁଁ ସଙ୍ଗୀତ ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି ତପନ।

ଏଥିରେ ଭାଙ୍ଗି ନ ପଡି ମୋବାଇଲ ଏବଂ ପଡିଶା ଘର ଟିଭି ସାହାଯ୍ୟରେ ଗୀତ ଦେଖି ଶୁଣି ଗାଇବା ଅଭ୍ୟାସ କରିଥିଲେ ତପନ । ପ୍ରଥମେ ଶ୍ରେଣୀ ଗୃହ, ପରେ ଗ୍ରାମର ସାଂସ୍କୃତିକ ଉତ୍ସବ, ଜିଲ୍ଲା ଉତ୍ସବ ମାନଙ୍କରେ ନିଜର ସୁଲଳିତ କଣ୍ଠରେ ଗୀତ ପରିବେଷଣ କରି ଏକ ପରିଚୟ ସୃଷ୍ଟି କରିଛନ୍ତି ସେ । ପରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କରେ ସଙ୍ଗୀତ ପରିବେଷଣ କରି ଲୋକ ଲୋଚନ କୁ ଆସିଥିଲେ ।

ତପନ ଙ୍କ ସୁଲଳିତ କଣ୍ଠ ଶୁଣି ପ୍ରଥମେ ପ୍ରଯୋଜକ ସନ୍ଦୀପ ପାଢ଼ୀ।କୋରାପୁଟିଆ ଆଲବମ ଏ କୁରେଫୁଲ ଗୀତ ରେ ଗାଇବା ପାଇଁ ସୁଯୋଗ ଦେଇଥିଲେ ।ବର୍ତ୍ତମାନ ସୁଦ୍ଧା ଅନେକ ହିଟଦେଶିଆ ଆଲବମ ଗୀତ ଗାଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ପିଲାଟି ବେଳୁ ପାଠପଢ଼ା ସହ ସଙ୍ଗୀତ ସାଧନା କାର୍ଯ୍ୟ ମଧ୍ୟ ଜାରି ରଖିଛନ୍ତି ।କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ର ଆଦିବାସୀ ଝିଅ ନମିତା ମେଲକା ଙ୍କୁ ତାଙ୍କ ସୁମଧୁର କଣ୍ଠର ଗୀତ ବିଭିନ୍ନ ସାମାଜିକ ଗଣ ମାଧ୍ୟମ ରେ ପ୍ରସାରଣ ପରେ କୋରାପୁଟ ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧନା ଜଣାଇଥିଲେ,

କିନ୍ତୁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ତପନ ବାତ୍ରା ଙ୍କୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିବା ପାଇଁ ସହଯୋଗ କରନ୍ତି ତେବେ ଭବିଷ୍ୟତ ରେ ସେ ଜଣେ ଆଗ ଧାଡି ର କଣ୍ଠ ଶିଳ୍ପୀ ହୋଇ ପାରିବେ ଏଥିରେ ସନ୍ଧେହ ନାହିଁ କିମ୍ବା

ରାଜ୍ୟ ସରକାର ସହାୟତା ର ହାତ ବଢ଼ାଇଲେ ଭଲ ହୋଇଥାନ୍ତାବୋଲି ବୁଦ୍ଧି ଜୀବୀ ମହଲ ରେ ମତ ପ୍ରକାଶ ପାଇଛି ପାଇଁ ସଙ୍ଗୀତ ସାଧନା କ୍ଷେତ୍ରରେ କିଛି ସହାୟତା ମିଳିଲେ ଆଗକୁ ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ଭାବେ ପରିଚିତ ହୋଇ ପାରିବେ ଏଥିରେ ସନ୍ଦେହ ନାହିଁ ।