Friday, November 13, 2026
Home ଜିଲ୍ଲା ମୁନିଗୁଡା:ଦୁର୍ଘଟଣା ଘଟୁଥିବା ରାସ୍ତା ପାର୍ଶ୍ୱରେ ଥିବା ଲତାବୁଦାକୁ ସଫା କଲେ ଯୁବକ ସଂଘ

ମୁନିଗୁଡା:ଦୁର୍ଘଟଣା ଘଟୁଥିବା ରାସ୍ତା ପାର୍ଶ୍ୱରେ ଥିବା ଲତାବୁଦାକୁ ସଫା କଲେ ଯୁବକ ସଂଘ

16

ମୁନିଗୁଡା,୦୫/୦୧(ମମତା ନାୟକ): ରାୟଗଡା ଜିଲ୍ଲା ପ୍ରତେକ ଗ୍ରାମକୁ ସଂଯୋଗ ହୋଉଥିବା ଅଙ୍କେଇ ବକେଇଁ ରାସ୍ତ , ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ଲତାବୁଦା ଥିବା ଓ ସ୍ପୀଡ଼ ବ୍ରେକର ନଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି । ଏହା ଦେଖିବାକୁ ମିଳିଥିଲା ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ କୁଟ୍ରାଗଡ ରୁ କୁସୁମଗୁଡି ଓ ବାରଖମଣ କୁ ସଂଯୋଗ କରୁଥିବା ରାସ୍ତା ।

ରାସ୍ତା ରେ ସାଇକେଲ,ମଟର ସାଇକେଲ ଓ ଚାରି ଚକିଆ ଯାନ ଯିବା ଆସିବା ସମୟରେ ବହୁବାର ଦୁର୍ଘଟଣା ହୋଇ ଲୋକେ ମୂର୍ତ୍ୟୁମୁଖରେ ପଡୁଛନ୍ତି।ଏହି ତିନିକୋଣିଆ ଛକ ରେ ସ୍ପୀଡ଼ ବ୍ରେକର ନଥିବା ହେତୁ ବାରମ୍ବାର ଦୁର୍ଘଟଣା ଘଟୁଛିବୋଲି ସାଧାରଣରେ ଚର୍ଚ୍ଚା ହୋଉଛି।ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଇଥିବାରୁ ପାଞ୍ଚ ଖଣ୍ଡ ଗ୍ରାମର ଯୁବକମାନେ ଏକାଠି ହୋଇ ଏହିରାସ୍ତା ର ଦୁଇପାର୍ଶ୍ୱ ରେ ଥିବା ଲଟାବୁଦା କୁ ସଫାକରିଥିଲେ।

ଦୁର୍ଘଟଣାରେ ନିଜକୁ ବଞ୍ଚେଇବା ସହ ଅନ୍ୟକୁ ବଞ୍ଚେଇବା ଓ ପ୍ରତେକ ରବିବାର ଦିନ ବୁଲାଣି ରାସ୍ତା ର ଦୁଇପାର୍ଶ୍ୱ ର ଲତାବୁଦା କୁ ସଫାକରିବା ପାଇଁ ସମସ୍ତେ ହାତ ମିଳାଇଥିଲେ।ଏହି ସମାଜସେବା କାର୍ଯ୍ୟକର୍ମରେ ପୁରୁଷତମ ବିଭାର,ଅଜିତ ମାର୍ଥା, ମୂର୍ତ୍ୟୁଞ୍ଜୟ ବଳିଆରସିଂ,ରତ୍ନାକର, ଲଖିରାମ ପ୍ରମୁଖ ସହଯୋଗ କରିଥିଲେ।ପ୍ରଶାସନ ଯଦି ଏହି ରାସ୍ତା ପ୍ରତି ଧ୍ୟାନ ଦେବେ ,ତାହାହେଲେ ରାସ୍ତାରେ ସ୍ପୀଡ଼ବ୍ରେକର ସହ କିଛିଟା ପରିବର୍ତନ ହେଲେ ଦୁର୍ଘଟଣା ରୁ ରକ୍ଷା ପାଇବେ ବୋଲି ସାଧରଣ ରେ ଦାବି ହୋଇଛି।