Saturday, November 14, 2026
Home ଆଞ୍ଚଳିକ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଆସିକା ଥାନା ଘେରାଉ

ବିଜେପି ଯୁବ ମୋର୍ଚ୍ଚା ତରଫରୁ ଆସିକା ଥାନା ଘେରାଉ

71

ଆସିକା,(ଖିରୋଦ ଚନ୍ଦ୍ର ବେହେରା):କଟକ ଜିଲ୍ଲା ମାହାଙ୍ଗା ବ୍ଲକର ନୃତାଙ୍ଗରେ ଭାଜପା ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ଙ୍କ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସଂପୃକ୍ତି କୁ ନେଇ ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଗଞ୍ଜାମ ଜିଲ୍ଲା ଆସିକା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଭାଜପା କର୍ମୀ ମାନେ ଥାନା ସମ୍ମୁଖରେ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତୁଳା ଦାହ କରିବାସହ ମନ୍ତ୍ରୀ ଙ୍କୁ ବହିସ୍କାର କରିବା ସହ ସମସ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।ମନ୍ତ୍ରୀ ପ୍ରତାପ ଜେନା ନିଜ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଭାଜପା କର୍ମୀ ମାନେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେପି ଯୁବ ସଭାପତି ପ୍ରମୋଦ ପଣ୍ଡା, ଯୁବନେତା ସରୋଜ ଭଞ୍ଜ, ରବୀନ୍ଦ୍ର ପୋଲାଈ, ଦୁର୍ଗା ଆଚାରୀ, ଟୁଲୁ ଜେନା, ଗିରିଜା ଦାସ, ପ୍ରମୁଖ ଶତାଧିକ ବିଜେପି କର୍ମୀ ଯୋଗଦେଇ ଡବଲ ମର୍ଡର ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ମୁଖ୍ୟ ଅଭିଯୁକ୍ତ କୁ ପୋଲିସ ଯଥାଶୀଘ୍ର ଗିରଫ କରିବାକୁ ଦାବୀ କରିଛନ୍ତି।