Home ଜିଲ୍ଲା ଟାଙ୍ଗରପାଲି : ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଦ୍ୱାରା ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ

ଟାଙ୍ଗରପାଲି : ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଦ୍ୱାରା ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ

56

ସୁନ୍ଦରଗଡ଼,୦୫/୦୧(ବିଶ୍ୱରଂଜନ ହୋତା):ଟାଙ୍ଗରପାଲି୦୫.୦୧.୨୦୨୧ ରିଖ ଦିନ ମହୁଲପାଲି ଲ୍ୟାମ୍ପସ୍ ଠାରେ ମାଣ୍ଡିଆ ବିକ୍ରିକରିବା ପାଇଁ ଶୁଭାରମ୍ଭ କରାଯାଇଛି । ଏହି ଶୁଭାରମ୍ଭ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଲକ୍ଷ୍ମୀନାରାୟଣ ଦାଶଙ୍କ ହାତରେ ହୋଇଥିଲା ।

ଯୋଜନା ଅଧିକାରୀ ନରସିଂହ ବେହେରା,ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଜୀବନ ଜୀବିକା ବିଶେଷଜ୍ଞ ଅଞ୍ଜନ କୁମାର ପଣ୍ଡା, ଓଡିଶା ମିଲେଟ ମିଶନ, ଜିଲ୍ଲା ସଂଯୋଜକ ଅର୍ପଣ ଦାଶ ଏବଂ ମାନସ କୁମାର ରାଉତ, ଅତିରିକ୍ତ କୃଷି ଅଧିକାରୀ ଅଶୋକ କୁମାର ନାଏକ (ବନ୍ଧପାଲି), ଟିଡିସିସିଓଏଲ୍ର ଶାଖା ପରିଚାଳକ ଜୟପ୍ରକାଶ ମହାନ୍ତି, ମହୁଲପାଲି ଲ୍ୟାମ୍ପସ୍ର ପରିଚାଳନା ନିଦେ୍ର୍ଧଶକ ବିକାଶ ଅମାତ୍, ଓଡିଶା ମିଲେଟ ମିଶନର ସୋମ୍ୟରଞ୍ଜନ ପତି ଏବଂ ରଶ୍ମୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ସେବକର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୀୟ କାନ୍ତ ନାଏକ, ସମ୍ପାଦକ ପ୍ରଦୀପ କୁମାର ବ୍ରହ୍ମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଛେଦଲଗନ କୃଷକ ଉପôାଦକ ସଙ୍ଗଠନ ଲିଃର ମୁଖ୍ୟ କାର୍ଯ୍ୟନିର୍ବାହି, ଗଙ୍ଗାଧର କିଶାନ ଏବଂ ମିଲେଟ ମିଶନ ଟାଙ୍ଗରପାଲି ବ୍ଲକର କର୍ମଚାରୀ ମାନେ ସହଯୋଗ କରିଥିଲେ ।

ପ୍ରାୟ ବହୁତ ବର୍ଷ ତଳେ ସୁନ୍ଦରଗଡ ଜିଲ୍ଲାର ପାର୍ବତିୟା ଅଂଚଳରେ ରହୁଥିବା ଆଦିବାସୀଙ୍କ ପ୍ରମୁଖ ଖାଦ୍ୟ ଥିଲା ମାଣ୍ଡିଆ । ପ୍ରତିକୂଳ ପାଣି ପାଗ ଏବଂ ଅଳ୍ପ ପାଣି, ଅଳ୍ପ ପରିଶ୍ରମରେ ଏହା ଉପôାଦିତ ହେଉଥିବାରୁ ପୁଣି ଥରେ ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସହାୟତାରେ ମାଣ୍ଡିଆ ଚାଷ ଆରମ୍ଭ କରାଯାଇଛି । ଜିଲ୍ଲାର ଟାଙ୍ଗରପାଲି, ବାଲିଶଙ୍କରା, ହେମଗିର, ଲେଫ୍ରିପଡା,
ରାଜଗାଙ୍ଗପୁର, କୁତ୍ରା, ନୂଆଁଗାଁ ଆଦି ବ୍ଲକ ଅଚଂଳର ଚାଷୀ ମାଣ୍ଡିଆ ଚାଷ କରୁଛନ୍ତି । ଆଗରୁ
ମାଣ୍ଡିଆ ବଜାରର ଚାହିଦା ନ ଥିଲା । ଏଥିପାଇଁ ମାଣ୍ଡିଆକୁ ଅର୍ଥକାରୀ ଫସଲ ଭାବେ ଗ୍ରହଣ
କରାଯାଉ ନ ଥିଲା । ତେଣୁ ଚାଷୀଙ୍କୁ ପ୍ରୋତ୍ସାହନ କରିବାକୁ ଆଉ ପାଦେ ପାଦ ବଢାଇଛନ୍ତି
ସରକାର । ସରକାର ପ୍ରତ୍ୟେକ ବ୍ଲକରେ ମାଣ୍ଡିଆ କିଣିବା ଲାଗି ମଣ୍ଡିର ବ୍ୟବସ୍ଥା କରିବା ସହ
ମାଣ୍ଡିଆ କୁ୍ୟଣ୍ଟାଲ ପ୍ରତି ୩୨୯୫ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି । ତେଣୁ
ଚାଷୀମାନେ ଆଜି ମହୁଲପାଲି ଲ୍ୟାମ୍ପସ୍ ଠାରେ ମାଣ୍ଡିଆ ବିକ୍ରି କରିଛନ୍ତି ।