Thursday, November 12, 2026
Home ଜିଲ୍ଲା ମୋବଇଲ ଚୋରି ଅଭିଯୋଗରେ ଦୁଇ ଏବଂ କିଣିବା ଅଭିଯୋଗରେ ତିନି ଗିରଫ, କୋର୍ଟ ଚାଲାଣ 12...

ମୋବଇଲ ଚୋରି ଅଭିଯୋଗରେ ଦୁଇ ଏବଂ କିଣିବା ଅଭିଯୋଗରେ ତିନି ଗିରଫ, କୋର୍ଟ ଚାଲାଣ 12 ଚୋରି ଦାମୀ ମୋବଇଲ ଜବତ ସୂଚନା ଦେଲେ :ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା

87

ଗୁଣୁପୁର,(ପ୍ରସନ କୁମାର ପଣ୍ଡା): ରାୟଗଡା ଜ଼ିଲ୍ଲା ଗତ ଅକ୍ଟୋବର 20 ତାରିଖରେ ପୁରୁଣା ଗୁଣୁପୁର ଛକରେ ଥିବା ମୋବଇଲ ଦୋକାନ ଭେଣ୍ଟିଲେଟର ଭାଙ୍ଗି କିଛି ଦୁର୍ବୁତ୍ତ 12 ଟି ଦାମୀ ମୋବଇଲ ଚୋରି କରିଥିବା

ଖୋଦ ଦୋକାନ ର ମାଲିକ ରାମନାଥ ପାଣିଗ୍ରାହୀ ଅଭିଯୋଗ କରିବା ପରେ ଏତଲା କୁ ଭିତ୍ତି କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ ପାଇ ଗୁଣୁପୁର ଏସ ଡି ପି ଓ ରାଜକିଶୋର ଦାସ ଏବଂ ଆଦର୍ଶ ଥାନା ଅଧିକାରୀ ମନୋଜ ବେହେରା ଙ୍କ ନେତୃତ୍ୱ ରେ ବିଭିନ୍ନ ଜାଗା ରେ ଚଢ଼ାଉ କରି ଆଜି

ମୋବଇଲ ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଖବନ୍ତ ଜେନା ଏବଂ ଜଗନ୍ନାଥ ବାଉରୀ ଉଭୟେ ପୁରୁଣା ଗୁଣୁପୁରର ହୋଇଥିବା ବେଳେ ସେମାନଙ୍କ ଠାରୁ ଚୋରି ମୋବଇଲ କିଣିବା ଅଭିଯୋଗରେ ତିନି ଅଭିଯୁକ୍ତ ହେଲେ ଗଣପତି ମଣ୍ଡଳ, ରୁପାଧର ଗରଡ଼ିଆ ଏବଂ ଜୋନେସ ପାଲାକା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଗୁଣୁପୁର ଏସ ଡି ପି ଓ ରାଜକିଶୋର ଦାସ ଏବଂ

ସେମାନଙ୍କ ଠାରୁ 12 ଟି ଦାମୀ ମୋବଇଲ ମଧ୍ୟ ଜବତ କରିଛନ୍ତି ଅଭିଯୁକ୍ତ ମାନେ ଦୋକାନ ର ଭେଣ୍ଟିଲେଟର ଭାଙ୍ଗି ମୋବାଇଲ ଚୋରି କରିଥିବା ସ୍ୱୀକାର କରିବା ସହ ତିନୋଟି ମୋବାଇଲ ଅନ୍ୟ ତିନି ଜଣଙ୍କୁ କମ ଦାମ ରେ ବିକି ଥିବା ତଥ୍ୟ ପାଇବା ପରେ ତିନି ଅଭିଯୁକ୍ତ ବଂ ଙ୍କୁ ରାୟଗଡା, କଲ୍ୟାଣସିଂ ପୁର ଏବଂ ପୁଟାସିଂ ରୁ ଗିରଫ କରିବାରେ ସକ୍ଷମ ହୋଇଥିବା ଏବଂ ଏହି ଚୋରି ଗେଂଗ ରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ତାର ଅଧିକ ତଦନ୍ତ ଚାଲୁ

ଥିବା ଖୋଦ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଜଣାଇଛନ୍ତି। ମୁଖ୍ୟ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦଫା 457, 380, 34 IPC ଏବଂ ଚୋରି ମୋବଇଲ କିଣିବା ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦଫା 380, 411, 34 IPC ରେ ମାମଲା ରୁଜ୍ଜୁ କରାଯାଇଥିବା ଆଦର୍ଶ ଥାନା ଅଧିକାରୀ ମନୋଜ ବେହେରା ଜଣାଇଛନ୍ତି ।