Thursday, November 12, 2026
Home ଆଞ୍ଚଳିକ ଶେରଗଡ: କପା ଦଲାଲକୁ ଚାଷୀଙ୍କ ଯେଷାକୁ ତେଷା ନୀତି: କପା ଦଲାଲକୁ ଉଚିତ ଜବାବ

ଶେରଗଡ: କପା ଦଲାଲକୁ ଚାଷୀଙ୍କ ଯେଷାକୁ ତେଷା ନୀତି: କପା ଦଲାଲକୁ ଉଚିତ ଜବାବ

194

ଶେରଗଡ,(ମିଥୁନ ପାତ୍ର): ଗଞ୍ଜାମ ଜିଲ୍ଲା କପା ଦଲାଲକୁ ଉଚିତ ଜବାବ।କଥାରେ ଅଛି ଚାଷ କାମ ଯାର କେଡେସୁଖ ତାର।କିନ୍ତୁ ବାସ୍ତବ କ୍ଷେତ୍ରରେ ସମ୍ପୁର୍ଣ ଓଲଟା।ଦୁଇ ବେଳା ଦୁଇ ମୁଠା ପଖାଳ ଖାଇ ମୁଣ୍ଡର ଝାଳ ତୁଣ୍ଡରେ ମାରି ସୁନାର ଫସଲ ପଳାଉଥିବା ଚାଷୀ ଆଜି କିନ୍ତୁ ଅସାୟ। ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକ ଧନନ୍ତର ପଂଚାୟତ ଅନ୍ତର୍ଗତ ଲାଞ୍ଜିଆ ପଲ୍ଲୀ ଗ୍ରାମର ଚାଷୀ 2016 ରେ ଏକ ବ୍ୟବସାୟୀକୁ କପା ବିକ୍ରି କରିଥିଲେ କିନ୍ତୁ ବ୍ୟବସାୟୀ କିଛି ଟଙ୍କା ନଦେଇ ଚମ୍ପଟ ମାରିଥିଲେ।ପରବର୍ତ୍ତୀ ସମୟରେ ଗ୍ରାମବାସୀ ଯୋଗାଯୋଗ କରିବାରୁ ବିମୁଦ୍ରାକରଣ ଆଳ ଦେଖାଇ କିଛି ଅର୍ଥ ଦେଇ ଚମ୍ପଟ ମାରିଛି।

ଗ୍ରାମର ଗ୍ରାମବାସୀମାନେ ଥାନା ଠାରୁ ଆରମ୍ଭ କରି ବିଭିନ୍ନ ଅଫିସକୁ ଧାଇଁଥିଲେ ମଧ୍ୟ କୋଣସି ସୁଫଳ ପାଇନଥିଲେ।କୁହାଯାଏ ଏକା ମାଘରେ ଶୀତ ଯାଏନି।ସେହି କପା ବ୍ୟବସାୟୀ ଅନ୍ୟ ମାନଙ୍କ ସହାୟତାରେ କପା ନେବା ପାଇଁ ଚେଷ୍ଟା କରୁଥିଲା ବେଳେ ବିଶେଷ ସୁତ୍ରରୁ ଖବର ପାଇ ସେହି ଟ୍ରକକୁ ଗ୍ରାମବାସୀମାନେ ଅଟକାଇବା ସହ ବକାୟା ଦଶଲକ୍ଷ ଟଙ୍କା ପ୍ରଦାନ କଲେ ଛାଡିବାକୁ ଜିଦ ଧରିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଗାଡି ଅଟକି ରହିଥିବା ବେଳେ ସେହି ଦଲାଲ ବ୍ୟବସାୟୀ ସହିତ ଯୋଗାଯୋଗ କରିବା ପାଇଁ ପ୍ରୟାସ ଜାରି ରହିଛି ।ସମୟ କହିବ ଗ୍ରାମବାସୀ ଜିଦରେ ଅଟଳ ରହୁଛନ୍ତି ନା କୋହଳ ମନଭାବ ପୋଷଣ କରୁଛନ୍ତି।