Home ଆଞ୍ଚଳିକ ବାବା ଚନ୍ଦନେଶ୍ୱର ଭଲୀବଲ ଟୁର୍ନାମେଣ୍ଟର ସେମି ଫାଇନାଲ

ବାବା ଚନ୍ଦନେଶ୍ୱର ଭଲୀବଲ ଟୁର୍ନାମେଣ୍ଟର ସେମି ଫାଇନାଲ

25
Pic: Debasis Maharana

ଖଲ୍ଲିକୋଟ:୦୫/୦୧(ଦେବାଶିଷ ମହାରଣା):ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାୟିକାଣୀପଲ୍ଲୀ ଠାରେ ଆୟୋଜିତ ହୋଇଥିବା ଶ୍ରୀ ଶ୍ରୀ ବାବା ଚନ୍ଦନେଶ୍ୱର ଭଲୀବଲ ଟୁର୍ନାମେଣ୍ଟ ର ଆଜି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି | ପ୍ରଥମ ଭାଗ ଖେଳରେ ବାରସର ସହିତ ବିକ୍ରମପୁର ମୁକାବିଲା ହୋଇଥିବା ବେଳେ ଦ୍ଵିତୀୟ ଭାଗ ରେ ବୀରଜଗନ୍ନାଥପୁର ସହିତ ଜେ. ଛଚିନା ଭିତରେ ମ୍ୟାଚ ଖେଳାଯାଇଥିଲା |

ବାରସର ପ୍ରଥମ ଦଳ ଭାବେ ଫାଇନାଲ ରେ ପ୍ରବେଶ କରିଥିବା ବେଳେ ଦ୍ଵିତୀୟ ଦଳ ଭାବେ ଜେ. ଛଚିନା ଦଳ ଫାଇନାଲ ରେ ପ୍ରବେଶ କରିଛି | ଆସନ୍ତା 7 ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି | ଆଜିର ଏହି ମ୍ୟାଚ କୁ ପଦ୍ମ ଚରଣ ଗୌଡ଼ ପରିଚାଳନା କରିଥିବା ବେଳେ ମ୍ୟାଚ ଦେଖିବା ପାଇଁ ବହୁ ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା |