Tuesday, November 17, 2026
Home ଆଞ୍ଚଳିକ ବାରହା ଖାଇବା ପୂର୍ବରୁ ଗାଈ ଖାଇଦେଲା ବୋମା

ବାରହା ଖାଇବା ପୂର୍ବରୁ ଗାଈ ଖାଇଦେଲା ବୋମା

21

ଖଲ୍ଲିକୋଟ,୦୫/୧୨:(ଦେବାଶିଷ ମହାରଣା):ଗଂଜାମ ଜ଼ିଲ୍ଲା ଗାଈ ବିଲରେ ନିଜର ଖାଦ୍ୟ ଖାଉଥିଲା। ଗାଈଟି ଜାଣି ନଥିଲା ଯେ ଯାହାକୁ ସେ କ୍ଷୀର ଦେଉଛି ସେ ତା ପାଇଁ ମୂର୍ତ୍ୟୁ ର ଜାଲ ବିଛାଇଛି |ଘାସ ଚରିବା ବେଳେ ଏକ ଅଫୁଟା ବୋମାଟି ଗାଈ ଖାଇଦେଇଥିଲା । ଫଳରେ ପାଟି ଭିତରେ ହିଁ ବୋମାଟି ବିସ୍ଫୋରଣ ହୋଇଥିଲା। ଗାଈକୁ ତୁରନ୍ତ ପଶୁ ଡାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି।ଘଟଣାଟି ଥାନା ଖଲ୍ଲିକୋଟ ଅନ୍ତର୍ଗତ କେନ୍ଦୁପାଟ ଗାଁରେ ଘଟିଛି । ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଲୋକେ ବାରହା ଶିକାର ପାଇଁ ଜଙ୍ଗଲିଆ ଅଂଚଳରେ ଲୁଚେଇ ବୋମା ରଖିଥିଲେ ।

କିନ୍ତୁ ଗାଈ ବିଲରେ ଚରୁଥିବାବେଳେ ଖାଦ୍ୟ ଭାବି ବୋମାଟିକୁ ଚୋବାଇ ଦେଇଥିଲା। ପାଟିରେ ଚୋବାଇବା କ୍ଷଣି ସାଙ୍ଗେସାଙ୍ଗେ ବିସ୍ଫୋରଣ ହୋଇଥିଲା । ଶବ୍ଦ ଶୁଣି ଲୋକମାନେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ । ଗାଈକୁ ପଶୁ ଡାକ୍ତରଖାନାରେ ପଠାଇବା ସହ ଥାନାରେ ମଧ୍ୟ ଏସଂକ୍ରାନ୍ତରେ ଏତଲା ଦିଆଯାଇଛି । କେଉଁ ଲୋକ ବାରହା ଶିକାର ପାଇଁ ଏଭଳି ବୋମା ରଖିଥିଲେ ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଦେଇଛି  ।