Tuesday, October 13, 2026
Home ଜିଲ୍ଲା କନ୍ଧମାଳ କନ୍ଧମାଳ ଜିଲ୍ଲା: କ.ନୂଆଗାଁଠାରେ ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ

କନ୍ଧମାଳ ଜିଲ୍ଲା: କ.ନୂଆଗାଁଠାରେ ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ

41

ବାଲିଗୁଡା,୦୫/୦୧(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅନ୍ତର୍ଗତ କଂଜାମେଣ୍ଡି ଠାରେ ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ ଗତକାଲି ଆରମ୍ଭ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥିଭାବେ CDAO ପ୍ରଶାନ୍ତ କୁମାର ଶତପଥି,ସ୍ଵାଗତିକା ଦାଶ,ସବ୍ୟସାଚୀ ହନୁମାନ,ଉମାକାନ୍ତ ବାଲିଗୁଡା,ଲେମ୍ପ ଏମ ଡି ଏବଂ

କନ୍ଧମାଳ ଜିଲ୍ଲାର ସବୁଜ ବୈଦ୍ୟ ସଂଗଠନ କୋଡିନେଟର ଅକ୍ଷୟ କୁମାର ପାତ୍ର ଓ ଆସିକ ଡିଗାଲଙ୍କ ସହିତ ଅଫିସ କର୍ମଚାରୀ ମାନେ ଉପସ୍ଥିତ ରହି ଗତକାଲି ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ କରିଥିଲେ |

ମାଣ୍ଡିଆ କିଲୋ ପ୍ରତି ଚାଷୀ ମାନେ 32.95 ପଇସା ମୂଲ୍ୟରେ ବିକ୍ରି କରିଥିଲେ | ଗତକାଲି ମାଣ୍ଡିଆ ସର୍ବମୋଟ 36 କୁଇଣ୍ଟାଲ ସଂଗ୍ରହ କରାଯାଇଥିଲା | ମଣ୍ଡି ଆଗକୁ ଆହୁରି ପ୍ରାୟ ଚାରି ମାସ ଚାଲିବ ବୋଲି କୋଡିନେଟର ଜଣାଇଥିଲେ |