Wednesday, July 22, 2026
Home ଜିଲ୍ଲା ଖୋର୍ଦ୍ଧା ୨୦୨୦ ଆର୍ଥିକ ବର୍ଷରେ ଖୋର୍ଦ୍ଧାରୋଡ ମଣ୍ଡଳ ୧୫୧୭ଟନ୍ ମାଲ ପରିବହନ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି...

୨୦୨୦ ଆର୍ଥିକ ବର୍ଷରେ ଖୋର୍ଦ୍ଧାରୋଡ ମଣ୍ଡଳ ୧୫୧୭ଟନ୍ ମାଲ ପରିବହନ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି

28

ଖୋର୍ଦ୍ଧା,୦୪/୦୧{ସଞ୍ଜୀବ କୁମାର}:ଖୋର୍ଦ୍ଧାରୋଡ ରେଳମଣ୍ଡଳର ଭୂବନେଶ୍ୱର ପାର୍ସଲ କାର୍ଯ୍ୟାଳୟ ସର୍ବାଧୀକ ପାର୍ସଲ ପରିବହନକରି ଶିର୍ଶରେ ରହିଥିବା ବେଳେ ଅତିରିକ୍ତ ୧୦୧ଟନ୍ ପରିବହନ ଦ୍ୱାରା ଗତବର୍ଷ ପରିବହନ ରେକର୍ଡକୁ ଅତିକ୍ରମ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ପାର୍ସଲ କାର୍ଯ୍ୟାଳୟ କ୍ରମାଗତଭାବେ ୨୦୨୦ମସିହା ସେପ୍ଟେମ୍ବରରୁ ଗତବର୍ଷର ରେକର୍ଡରେ ନୂଆ ପରିଚୟ ସୃଷ୍ଟି କରିଛି ।

ମହାମାରୀ କୋଭିଡ-୧୯ ସମୟରେ ଖୋର୍ଦ୍ଧାରୋଡ ମଣ୍ଡଳ ପାର୍ସଲ କାର୍ଗୋ ଏକ୍ସପ୍ରେସ ଟ୍ରେନ ଏବଂ ପାର୍ସଲଭ୍ୟାନ ମାଧ୍ୟମରେ ଦେଶର ବିଭିନ୍ନ କୋଣଅନୁକୋଣକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନଲାଗି ଚିରନ୍ତନ ପ୍ରୟାସ କରିଥିଲା ।

୨୦୨୦ବର୍ଷର ଡିସେମ୍ବର ମାସରେ ଭୂବନେଶ୍ୱର ପାର୍ସଲ କାର୍ଯ୍ୟାଳୟ ୧୫୧୭ଟନ୍ ଅତ୍ୟାବଶ୍ୟକ ତଥା ମାଛ,କୁକୁଡା ଛୁଆ ଫୁଟା ଅଣ୍ଡା, ପାନପତ୍ର,କାଜୁ,ଘରୋଇ ସାମଗ୍ରୀ,ଯନ୍ତ୍ରପାତୀ ଅଂଶ, ସ୍କ୍ରାପ,ଏବଂ ଅନ୍ୟାନ୍ୟ କଠିନ ପାର୍ସଲକୁ ଦେଶର ବିଭିନ୍ନ ସ୍ଥାନକୁ ପରିବହନ କରିଛି ।

ଏଥିରେ ମୋଟ ୬୯,୧୮,୧୮୩ ଟଙ୍କାର ରାଜସ୍ୱ ଆଦାୟ କରିଛି । ଗତ ୨୦୧୯ ଡିସେମ୍ବର ମାସ ତୁଳନାରେ ଏହା ଅତିରୀକ୍ତ ୧୦୧ଟନ୍ ପାର୍ସଲ ଲୋଡିଂରେ ରେକର୍ଡ ହାସଲ କରିଛି । ଅନ୍ୟପକ୍ଷରେ ଖୋର୍ଦ୍ଧାରୋଡ ମଣ୍ଡଳ ବିଭିନ୍ନ ପାର୍ସଲ ଲୋଡିଂ ପଏଂଟରେ ୨୫୩୭ଟନ୍ ଦ୍ରବ୍ୟର ପାର୍ସଲ ଲୋଡିଂର କାରବାର ହୋଇଛି ।

ମାତ୍ର ଏହି ସେବା ସରକାରଙ୍କ ସମସ୍ତ ବ୍ୟବସ୍ଥାରେ ବନ୍ଦ ରହିଥିବା ବେଳେ ରେଳପଥ ସେବାରେ ଅତ୍ୟାବଶ୍ୟକ ମାଲପରିବହନ କରି ଲୋକମାନଙ୍କ ସମସ୍ୟାକୁ ପ୍ରତ୍ୟାଖ୍ୟାନ କରିବା ସାଧାରଣରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି କୁହାଯାଇଛି ।