Friday, November 13, 2026
Home ଆଞ୍ଚଳିକ ବ୍ରହ୍ମପୁର:ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର:ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

61


ବ୍ରହ୍ମପୁର,(ଇ.ରଞ୍ଜନ): ପୁରାତନ ରାମଲିଙ୍ଗେଶ୍ୱର ବନ୍ଦ ବର୍ତମାନ ଝିକମିକ ଆଲୋକରେ ଝୋଲଚି ପଡୁଛି ଆଜି ରାମଲିଙ୍ଗେଶ୍ବର ବନ୍ଦ ପ୍ରମୋଦ ଉଦ୍ୟାନ ନାମକରଣ ଦିଆଯାଇଛି ତାହା କୁ ରାଜ୍ୟର ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭୂବନେଶ୍ୱର ରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି।

ପୋଖରୀ ର ପୁନଃ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୯ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ବର୍ତ୍ତମାନ ସାଢେ ୧୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ସୁଚନା ଆଜି ଉଦଘାଟିତ ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନ ମଝିରେ ୩୦ ଫୁଟ ଉଚ୍ଚ ର ଏବଂ ୧୨ ଲକ୍ଷ ଟଙ୍କା ବ୍ୟୟରେ ଶିବଙ୍କ ଏକ ମୂର୍ତ୍ତି ସ୍ଥାପନ ହୋଇଛି।

ମୋଟ ୧୫୦୦ ବର୍ଗମିଟର ଅଞ୍ଚଳରେ ବଗିଚା ରହିଛି। ସର୍ବସାଧାରଣ ଙ୍କ ପାଇଁ ୬୫୦ମିଟର ଚଲାପଥ ନିର୍ମାଣ ସହ ଓ୍ବାଟର୍ ସ୍ପୋର୍ଟ୍ସ, ବୋଟିଂ ରହିଛି। ଏହି ପ୍ରମୋଦ ଉଦ୍ୟାନ ର ଚାରିପାଖ ଚଲାପଥ ନିର୍ମାଣ ହୋଇଛି। ଯିବାଆସିବା ନିମନ୍ତେ ଦୁଇଟି ଫାଟକ ରହିଛି। ଗ୍ୟାଲେରୀ ରେ ଲୋକମାନେ ବସିବା ପାଇଁ ବ୍ଯବସ୍ଥା ସହ ୪ଟି ରେଷ୍ଟ ସେଡ ମଧ୍ଯ ନିର୍ମାଣ କରାଯାଇଛି। ବଗିଚା ରେ ଘାସ ଓ ବିଭିନ୍ନ ପ୍ରକାର ଗଛ ଲଗାଯାଇଛି।

ପୋଖରୀରେ ଆଜି ସନ୍ଧ୍ୟାରେ ରଙ୍ଗାରଙ୍ଗ ବାଣର ଶବ୍ଦ ସାଙ୍ଗ କୁ ସାଉଣ୍ଡ ବକ୍ସର ତାଳେ ତାଳେ ଲାଇଟର ଡିନ୍ସ ଲୋକଙ୍କ ମନମୁଗ୍ଧ କରିଛି ଏହି ଉଦଘାଟନ ସ୍ଥଳରେ ମାନ୍ୟବର ଜଙ୍ଗଲ ପରିବେଶ ସାଂସଦିୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ,ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା,ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ, ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ସିନ୍ଧେଦତ୍ତlତ୍ରେୟ ଭାଉସାହେବ ବ୍ରହ୍ମପୁର ମହାନଗର ନିଗମ ର କମିଶନର ସିଦ୍ଧେଶ୍ଵର ବଳିରାମ ବୋନ୍ଦାର, ଉପଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ,ଏସପି ପିନାକ ମିଶ୍ର ସମେତ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ପରିବେଶବିତ ସୁବାଷ ମହାରଣା ପୂର୍ବତନ ମେୟର କେ. ମାଧବୀ ପ୍ରମୂଖ ଉପସ୍ଥିତ ଥିଲେ।

ଏହି ପାର୍କ ପୂର୍ବରୁ ଆବର୍ଜନାମୟ ରାମଲିଙ୍ଗେଶ୍ବର ପୋଖରୀ ର ଭାବେ ଥିଲା ତାହାକୁ ପୁନଃଉଦ୍ଧାର ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ମାନ୍ୟବର ମୂଖ୍ଯମନ୍ତ୍ରୀ ୨୦୧୬ମସିହା ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରମୋଦ ଉଦ୍ୟାନ ର ଚାରିପାଖ ଚଲାପଥ ନିର୍ମାଣ ହୋଇଛି। ବସିବା ପାଇଁ ବ୍ଯବସ୍ଥା ସହ ୪ଟି ରେଷ୍ଟ ସେଡ ମଧ୍ଯ ନିର୍ମାଣ କରାଯାଇଛି। ବଗିଚା ରେ ସୌନ୍ଦର୍ଯ୍ୟର କରଣ କରିଛନ୍ତି ବିଭିନ୍ନ ପ୍ରକାର ଗଛ ଲଗାଯାଇଛି।

ପୋଖରୀ ଭିତରେ ଖାଦ୍ୟ ସାମଗ୍ରୀ ବିକ୍ରୟ ନିମନ୍ତେ ବ୍ୟବସ୍ଥା ଓ ପାନୀୟ ଜଳ ଭଳି ଅନେକ ସୁବିଧା ରହିଛି। ଏବେ ଏହା ସହରବାସୀ ଙ୍କ ପାଇଁ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛି।ଆଜିର ଏହି ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନ ଉଦଘାଟିତ ହେବା ପରେ ବ୍ରହ୍ମପୁର ବାସୀ ଙ୍କ ଦୀର୍ଘ ଦିନ ର ଆଶା।ମୁଖ୍ୟମନ୍ତୀଙ୍କ ପ୍ରଚେଷ୍ଟାରୁ ଏହା ସମ୍ଭବ ହୋଇପାରିଥିବା ପ୍ରଚାର ହୋଇଛି