Thursday, October 15, 2026
Home ଜିଲ୍ଲା କନ୍ଧମାଳ ବାଲିଗୁଡ଼ା: ଜରାନିବାସରେ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ବଣ୍ଟନ

ବାଲିଗୁଡ଼ା: ଜରାନିବାସରେ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ବଣ୍ଟନ

56

ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): ବନବାସୀ ସେବା ସମିତି ବାଲିଗୁଡ଼ା ଦ୍ଵାରା ପରିଚାଳିତ ଜରାନିବସର ଅନ୍ତେବାସୀଙ୍କୁ ମାନବ ଉଥାନ ସେବା ସମିତି ଦ୍ବାରା ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଗତ କାଲି ବଣ୍ଟନ କରାଯାଇଥିଲା । ଆୟୋଜିତ ସଭାରେ ବାଲିଗୁଡ଼ାର ତତ୍କାଳୀନ ଗୋଷ୍ଟି ଉନ୍ନୟନ ଅଧିକାରୀ ତଥା ଏପିଡି, ଡି ଆର୍ ଡି ଏ, କାର୍ଯକ୍ରମର ଆୟୋଜକ ତଥା ପୁରୋଧା ନରେଶ ଶବର ଅନ୍ତେବାସୀଙ୍କୁ ମାର୍ଗଦର୍ଶନ କରିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନବାସୀର ସହସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଅତିଥିଙ୍କୁ ସ୍ବାଗତ କରିବା ସହିତ ଜରାନିବାସ ର ଅନ୍ତେବାସୀଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ଶାନ୍ତି ମୈତ୍ରୀ ର ସମ୍ପାଦକ ଭଗବାନ ଜେନା ସମ୍ମାନିତ ଆତିଥି ଭାବେ ଯୋଗ ଦେଇଥିଲେ । ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ ଥିଲା । ଜରାନିବାସ ର ପରିଚାଳକ ମାଧବ ଗମାଙ୍ଗ ଧନ୍ୟବାଦ୍ ଦେଇଥିଲେ ।