
ଭଞ୍ଜନଗର,୦୪/୦୧(ନିରାକାର ସାହୁ): ଗଂଜାମ ଜିଲ୍ଲା ର ଭଞ୍ଜନଗର କୋର୍ଟ ରେ ନୂତନ ଏ.ଡି.ଜେ ରୂପେ ଶ୍ରୀ ଯୁକ୍ତ ଅରୁଣ କୁମାର ସାହୁ ଯୋଗ ଦେଇଛନ୍ତି।ତାଙ୍କୁ ଭଞ୍ଜନଗର ଓକିଲ ସଂଘ ତରଫରୁ ସ୍ୱାଗତ କରା ଯାଇଛି। ସଭାପତି ଦଣ୍ଡପାଣି ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଲାଇବ୍ରେରି ହଲ ରେ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ସବଜଜ ଶ୍ରୀଯୁକ୍ତ ବେଦ ପ୍ରକାଶ,ଏସ.ଡି.ଜେ.ମ ମନସ୍ୱିନୀ ରଥ ମଧ୍ୟ ଯୋଗ ଦେଇଥିଲେ।
ଉପ ସଭାପତି ମଣି ଦୀକ୍ଷିତ,ସମ୍ପାଦକ ଅକ୍ଷୟ କୁମାର ସାହୁ,ସହ ସଂପାଦକ ବଳରାମ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। ବେଞ୍ଚ ଓ ବାର ମଧ୍ୟ ରେ ସମନ୍ୱୟ ରଖି ସମସ୍ତ କାର୍ଯ୍ୟ କରା ଯିବା ପାଇଁ ସମସ୍ତେ ମତ ଦେଇଥିଲେ।ବରିଷ୍ଠ ସରକାରୀ ଓକିଲ ଏମ.ତାଜ ଆଦେନି,ରାଜେନ୍ଦ୍ର ପ୍ରଧାନ,ଦିବାକର ନାୟକ, ବରିଷ୍ଠ ଓକିଲ ଗୋପାଳ ପ୍ରଧାନ,ଲଡୁ କିଶୋର ଆଲଟିଆ,ସନ୍ତୋଷ କୁମାର ତିଆଡି,ବୈଦ୍ୟନାଥ ସାହୁ, ବିନୟ ରଥ ,ରବି ଦାସ,ନିରାକାର ସାହୁ,ସମତେ ବହୁ ଓକିଲ ଯୋଗ ଦେଇଥିଲେ।



