Home ଜିଲ୍ଲା ବାଲିଶଙ୍କରା: ବଣଭୋଜି ପାଇଁ ଯାଇଥିବା ଯୁବତୀ ପାଣିରେ ନିଖୋଜ

ବାଲିଶଙ୍କରା: ବଣଭୋଜି ପାଇଁ ଯାଇଥିବା ଯୁବତୀ ପାଣିରେ ନିଖୋଜ

49

ସୁନ୍ଦରଗଡ଼,(ବିଶ୍ବରଂଜନ ହୋତା): ନବ ବର୍ଷର ପ୍ରଥମ ସପ୍ତାହରେ ସମସ୍ତେ ନିଜ ନିଜ ପରିବାର,ସମ୍ପର୍କୀୟ ଏବଂ ସାଥୀ ମାନଙ୍କ ସହିତ ମିଶି ଭୋଜିଭାତ କରି ସମୟକୁ ଉପଭୋଗ କରିଥାନ୍ତି। ମାତ୍ର କାଳର କରାଳ ଗତି କେତେ ବେଳେ ପାଚିଲା ଥାଉ ଥାଉ କଞ୍ଚା କୁ ନେଇ ଯାଇ ସବୁ ଖୁସିକୁ ଧୂଳିସାତ କରି ଦିଏ। ଏଭଳି ଏକ ମର୍ମସ୍ପର୍ଶୀ ଦୁଃଖଦ ଘଟଣା ଘଟି ଯାଇଛି ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଘୋଘଡଯୋର ଘାଟରେ ।

ପ୍ରାପ୍ତ ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ପୌରାଞ୍ଚଳରେ ଥିବା କୁମ୍ଭାରପଡାର କିଛି ବାସୀନ୍ଦା ପାରିବାରିକ ବଣଭୋଜି ପାଇଁ ବାଲିଶଙ୍କରା ଅଞ୍ଚଳରେ ଥିବା ଘୋଘଡ ଯୋରକୁ ଉତ୍ସାହର ସହିତ ଯାଇଥିଲେ । ପରିବାର ଲୋକ ଓ ଝିଅ ଅନୁପମା ପ୍ରଜାପତି ନିଜର କିଛି ସାଙ୍ଗଙ୍କ ସହିତ ୮/୯ ଜଣ ଯାଇଥିଲେ ବଣ ଭୋଜି ପାଇଁ ତଳସରା ଥାନା ଅନ୍ତର୍ଗତ ଘୋଘଡ କୁଣ୍ଡକୁ ।

ସେଠାରେ ୧୧ ଟା ବେଳେ ଅନୁପମା ଗାଧୋଉଥିବା ବେଳେ ତାଙ୍କର ଗୋଡ ଖସିଯିବାରୁ ସେ ଗଭୀର ପାଣିରେ ନିଖୋଜ ହୋଇଯାଇଥିଲେ ।ଗଭୀର ପାଣିରେ ନିଖୋଜ ହୋଇଥିବା ଝିଅ ଅନୁପମା ର ବୟସ ୨୨/୨୩ ହୋଇଥିବ ବୋଲି ଜୈନେକ ସୂତ୍ରରୁ ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ତଲସରା ପୋଲିସ ସହିତ ସୁନ୍ଦରଗଡରୁ ଅଗ୍ନିଶମ ବିଭାଗ ପହଞ୍ଚି ପ୍ରାୟ ୫ ରୁ ୬ ଘଣ୍ଟା ଚେଷ୍ଟାକରି ପାଣିରେ ନିଖୋଜ ହୋଇଥିବା ଝିଅର କୌଣସି ସନ୍ଧାନ ନ ପାଇବାରୁ ପୁନଶ୍ଚ ବିଭାଗୀୟ କାର୍ଯ୍ୟାଳୟ ତରଫରୁ ଗୋତା ଖୋର ଦଳକୁ ଘଟଣାସ୍ଥଳକୁ ପଠାଯାଇଛି ।

ସେମାନେ ଗଭୀର ପାଣି ଭିତରେ ପଶି ଯାଞ୍ଚ କରିବେ ବୋଲି ଜଣାପଡିଛି । ଅଗ୍ନିଶମ ବିଭାଗର ଉପଖଣ୍ଡ ସର୍କଲ ଅଧିକାରୀ ବିନୋଦ କୁମାର ସିଂ ସଂପୂର୍ଣ୍ଣ ଘଟଣା ଉପରେ ତୀକ୍ଷ୍ମ ନଜର ରଖିଥିବା ସୂତ୍ରରୁ ଜଣାପଡିଛି ।