Saturday, August 1, 2026
Home ଜାତୀୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଗୋଳାବନ୍ଧ ଏୟାର ଡିଫେନ୍ସ କଲେଜରେ ପ୍ରେସିଡେଂଟ କଲର୍ସ ଆୱାଡ ପ୍ରଦାନ କରିଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଗୋଳାବନ୍ଧ ଏୟାର ଡିଫେନ୍ସ କଲେଜରେ ପ୍ରେସିଡେଂଟ କଲର୍ସ ଆୱାଡ ପ୍ରଦାନ କରିଛନ୍ତି

28

ବ୍ରହ୍ମପୁର, ୨୮/୯ (ସୌଜନ୍ୟ- ଦୂର ଦର୍ଶନ) :  ଗୋପାଳପୁର ସ୍ଥିତ ଗୋଳାବନ୍ଧ ଏୟାର ଡିଫେନ୍ସ କଲେଜରେ ଯୋଗ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ସମ୍ମାନଜନକ ପ୍ରେସିଡେଂଟ କଲର୍ସ ଆୱାଡ ପ୍ରଦାନ କରିଛନ୍ତି । ଆୱାର୍ଡ ପ୍ରଦାନ କରିବା ପରେ ରାଷ୍ଟ୍ରପତି ଉଦବୋଧନ ଦେଇଛନ୍ତି । ଦୀର୍ଘବର୍ଷ ଧରି ଉଲ୍ଲେଖନୀୟ ସେବା ଯୋଗାଇ ଆସୁଥିବାରୁ ଏହି ଆର୍ମି ଡିଫେନ୍ସ ସେଣ୍ଟରକୁ ରାଷ୍ଟ୍ରପତି ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ଆୱାର୍ଡ ପ୍ରଦାନ କରିଛନ୍ତି । ୧୯୮୯ରେ ସ୍ୱୟଂଶାସିତ ସଂସ୍ଥାର ମାନ୍ୟତା ପାଇବା ପରଠାରୁ ଏହି କଲେଜ ମୁଖ୍ୟତଃ ସ୍ଥଳସେନାର ଏୟାର ଡିଫେନ୍ସ ଯବାନଙ୍କୁ ପ୍ରଶିକ୍ଷଣ ଦେଇଆସୁଛି । ପ୍ରାୟ ୨୫ ବର୍ଷ ତଳେ ଏୟାର ଡିଫେନ୍ସକୁ ଆର୍ଟିଲାରି ରେଜିମେଂଟରୁ ଅଲଗା କରାଯାଇଥିଲା । ସ୍ଥଳଭାଗରେ ଲଢେଇ କରୁଥିବା ସେନା ମଧ୍ୟ ଆକାଶରେ ଶତ୍ରୁ ପକ୍ଷର ଯୁଦ୍ଧ ବିମାନ ଓ ଅନ୍ୟାନ୍ୟ ଆକ୍ରମଣକୁ ପ୍ରତିହତ କରିଥାଏ । ତେଣୁ ଆର୍ମି ଏୟାର ଡିଫେନ୍ସ କଲେଜରେ ମୁଖ୍ୟତଃ ଏ ସଂପର୍କିତ ତାଲିମ ଦିଆଯାଏ । ତେବେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ କୌଶଳ ବାବଦରେ ତାଲିମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ଗୋଳାବନ୍ଧ ସ୍ଥିତ ଏହି ସଂସ୍ଥାକୁ ସମ୍ମାନଜନକ ଫ୍ଲାଗ୍ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥଳସେନା ମୁଖ୍ୟ ବିପିନ ରାୱତ୍ ମଧ୍ୟ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଏବଂ ସଂମ୍ମନ୍ୱିତ ଅତିଥି ଭାବେ ଲେଫ୍ଟନାଂଟ ଜେନେରାଲ ଅଶ୍ୱିନୀ କୁମାର ଓ ଲେଫ୍ଟନାଂଟ ଜେନେରାଲ ଏ.ପି. ସିଂହ ପ୍ରମୁଖ ସାମିଲ ହୋଇଛନ୍ତି ।