

ଗୋଳାମୁଣ୍ଡା, 28/9(ରାମ କୁମାର ସେନାପତି) : କଳାହାଣ୍ଡି ଜ଼ିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଛଲା ପଞ୍ଚାୟତ ସ୍ଥିତ ଡକାଡଙ୍ଗଲି ବହୁଳପlଡିଅl ଅଞ୍ଚଳ ମଧ୍ୟରେ ବସବାସ କରୁଥିବା ଆଦିବାସୀ, ହରିଜନ,ତଥା ପଛୁଆ ବର୍ଗର ଲୋକେ ବସବାସ କରୁଥିବା ବେଳେ ଏହି ଗ୍ରାମରେ (୨୮)ଟିପରିବାର ର ଲୋକେ ଦୀର୍ଘ (୪୫) ବର୍ଷରୁ ଉର୍ଦ୍ଧହେବ ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ସହାୟତା ମିଳିପାରୁନ ଥିବାବେଳେ ଗମନା ଗମନ, ଶିକ୍ଷା, ସ୍ୱାସ୍ଥ୍ୟ ତଥା ସରକାରଙ୍କର ଅନେକ ଯୋଜନା ପାଇବାରେ ବିଫଳ ହେଉଥିବା ବେଳେ ଆଜି ସ୍ୱେଚ୍ଛାସେବୀ ସଂଗଠନ ଆରସି,ଡ଼ି ସି,ପକ୍ଷରୁ କାର୍ଯ୍ୟକ୍ରମ ଅଧିକାରୀ, ଆନନ୍ଦ ସେଠୀ, ସମାଜ ସେବୀକର୍ମୀ ଦିଳ୍ପୀ ନାଏକ ତଥା ବଡ଼ଚେରଗାଁ ରାଜସ୍ୱ ଅଧିକାରୀ, ସରୋଜ ସାହୁ, ତହସିଲ କାର୍ଯ୍ୟାଳୟ ଅମିନ, ତପନ କୁମାର ନାଏକ,କେଗାଁ ରେଞ୍ଜର ହରେକୃଷ୍ଣ ଦୋରା ତଥା ଗ୍ରାମବାସୀଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ କରି ଥିବାବେଳେ ଗ୍ରାମବାସୀଙ୍କୁ ଶିକ୍ଷା, ସ୍ବିସ୍ତ୍ୟ ଓ ସରକାରଙ୍କ ସୁବିଧା ସୁଯୋଗ କେଉପରୀଭାବେ ପାଇପାରିବେ ତାନେଇ ପ୍ରଶାସନ ତରଫରୁ ସଚେତନ କରାଇ ଥିଲା l



