
ବିଷମକଟକ,୩/୧(ପ୍ରସନ କୁମାର ପଣ୍ଡା): କୋଭିଡ୍ -19 ଟିକାକରଣ ପାଇଁ ଆଜି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରାଇରନ୍ ଶୁଭାରମ୍ଭ ହୋଇଛି । ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଉପସ୍ଥିତିରେ ଆଜି ଡ୍ରାଇରନ୍ ର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ କରୋନା କାଳରେ କାର୍ଯ୍ୟ କରିଥିବା କର୍ମଚାରୀ ମାନଙ୍କୁ ଏହି ଟିକା ପ୍ରଦାନ କରାଯିବ ।
ତେବେ ଟିକା ନେବା ବ୍ୟକ୍ତି ମାନେ ପ୍ରଥମେ କିପରି ରେଜିଷ୍ଟ୍ରେସନ୍ କରିବେ,କିପରି ଭେକସିନେସନ୍ ଦିଆଯିବ ଓ ସେମାନଙ୍କୁ ଟିକା ଦିଆଯିବା ପରେ କିପରି ସ୍ବତନ୍ତ୍ର କୋଠରୀରେ ରଖାଯିବ ସେନେଇ ଆଜି ପ୍ରସ୍ତୁତ କରାଯାଇଥିଲା ।
ଟିକାକରଣ ପାଇଁ ରାୟଗଡା ଜିଲ୍ଲାରେ ପ୍ରାୟ ଏକ ହଜାର ସ୍ବାସ୍ଥ୍ୟ କର୍ମୀଙ୍କୁ ତାଲିମ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆର୍ତ୍ତବଂଧୁ ନାୟକ,ଡିପିଏମ୍ ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।




