
ବାଲିଗୁଡା,୦୨/୦୧/୨୦୨୧{ସୁକାନ୍ତ କୁମାର ତ୍ରିପାଠୀ}: କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ବର୍ତ୍ତମାନ କିନ୍ନର ମାନଙ୍କୁ ଆତ୍ମନିର୍ଭରଶିଳ କରିବାକୁ ଏକ ପ୍ରୟାସ ଆରମ୍ଭ କରିଛନ୍ତି । ସ୍ୱଛ ଭାରତ ଅଭିଯାନ ଓ ବର୍ଯ୍ୟବସ୍ତୁ ପରିଚାଳନା ଯୋଜନାରେ ଦୁଇଟି ବେଟ୍ରିଚାଳିତ ନୁତନ ଅଟୋକୁ ଉଦଘାଟନ କରାଯାଇଛି ।
ଏହି ଦୁଇଟି ଅଟୋ ସହର ମଧ୍ୟରେ ବିଭିନ୍ନ ୱାର୍ଡରେ ଘରକୁ ଘର ବୁଲି ଘର ମାନଙ୍କରୁ ଅଳିଆ ଆବର୍ଜନ ସଂଗ୍ରହ କରିବେ । ଏହି ଅଳିଆ ଆବର୍ଜନାକୁ ସୁଖିଲା ଅଲଗା ଓ ଓଦା ବର୍ଯ୍ୟବସ୍ତୁକୁ ଅଲଗା ସଂଗ୍ରହ କରିବ ।

rashtrapati-bhavan-pti
ଏହି ଦୁଇଟି ବେଟ୍ରି ଚାଳିତ ଅଟୋକୁ ବାଲିଗୁଡା ସହରରେ ଥିବା କିନ୍ନର ମାନେ ନିଜେ ଡ୍ରାଇଭିଂ କରି ଚଳାଇବେ । ଏହି ଅଟୋକୁ ବାଲିଗୁଡା ଉପଜିଲ୍ଲାପାଳ ତଥା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଶୁଭଙ୍କର ମହାପାତ୍ର ଓ ଅଧକ୍ଷ ଲୋକନାଥ ପାଢୀ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରି କିନ୍ନର ମାନଙ୍କୁ ଦାୟିତ୍ୱ ଦେଇଛନ୍ତି l

Google
ଉଦଘାଟନୀ ଉତ୍ସବରେ ସାନିଟାଇଜ ଏକ୍ସପୋର୍ଟ ଜୟପାଲ ବଳିଆର ସିଂ ଓ ଏସଆଇ ରାଜ କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅଧକ୍ଷ ଶ୍ରୀ ପାଢ଼ୀ କହିଛନ୍ତି ଯେ, ଏହି ଯୋଜନାରେ ଆମେ ବାଲିଗୁଡା ସହରରେ ରହୁଥିବା କିନ୍ନର ମାନଙ୍କୁ ଆତ୍ମ ନିର୍ଭରଶିଳ କରିବାର ଏହା ଏକ ପ୍ରୟାସ,ଏହି ଦୁଇ ଗାଡି ଏନଏସି ଦ୍ୱାରା ପରିଚାଳିତ ହେବ କିନ୍ତୁ ଏହି ବେଟ୍ରିଚାଳିତ ଗାଡିକୁ ଏମାନେ ଚଲାଇବେ ।
ଆଗାମି ଦିନରେ ଏନଏସିକୁ ଆହୁରୀ ଏହି ଭଳି ଗାଡି ଆସିବ ଯାହାକୁ କି ଏହି ଭଳି ଲୋକଙ୍କୁ ଆତ୍ମନିର୍ଭରଶିଳ କରାଯିବ,ହିଞ୍ଜିଡା ମାନଙ୍କୁ ଆମେ ସୁଇପର ବା ଝାଡୁଦାର ଭାବେ ବି କାର୍ଯ୍ୟକରିବାକୁ ଦେବୁ,ଯଦି ଆବେଦନ କରିବେ ତେବେ ସେମାନଙ୍କୁ ଅତ୍ମନିଯୁକ୍ତି ପାଇଁ ରଖାଯିଵ ବୋଲି ଅଧ୍ୟକ୍ଷ କହିଛନ୍ତି ।





