

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୭ : ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ସେପ୍ଟେମ୍ବର ୨୭ ରୁ ଅକ୍ଟୋବର ୧, ୨୦୧୯ ମଧ୍ୟରେ ଓଡିଶା, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଗସ୍ତ କରିବେ । ରାଷ୍ଟ୍ରପତି ଓଡିଶାର ଗୋପାଳପୁରଠାରେ ସେପ୍ଟେମ୍ବର ୨୮, ୨୦୧୯ରେ ଆର୍ମୀ ଏୟାର ଡ଼ିଫେନ୍ସର ପ୍ରଶିକ୍ଷିତ ସୈନିକଙ୍କୁ କଲର୍ସ ପ୍ରଦାନ କରିବେ । ରାଷ୍ଟ୍ରପତି ଝାଡଖଣ୍ଡର ଗୁମଲାଠାରେ ସେପ୍ଟେମ୍ବର ୨୯, ୨୦୧୯ରେ ବିଷ୍ଣୁପୁରସ୍ଥିତ ବିକାଶ ଭାରତୀ ପରିଦର୍ଶନ କରିବେ । ରାଷ୍ଟ୍ରପତି ସେପ୍ଟେମ୍ବର ୩୦, ୨୦୧୯ରେ ରାଞ୍ଚି ବିଶ୍ଵବିଦ୍ୟାଳୟର ୩୩ତମ ସମାବର୍ତ୍ତନ ସମାରୋହରେ ଯୋଗଦେବେ । ରାଷ୍ଟ୍ରପତି ଅକ୍ଟୋବର ୦୧, ୨୦୧୯ରେ ପଶ୍ଚିମବଙ୍ଗର କୋଲକାତାସ୍ଥିତ ରାଷ୍ଟ୍ରୀୟ ଲୋକୋମୋଟୋର ଦିବ୍ୟାଙ୍ଗ ସଂସ୍ଥାନ ପରିଦର୍ଶନ କରିବେ ।



