Home ଜିଲ୍ଲା ରାଜଗାଙ୍ଗପୁର:ପ୍ରତିନିଧି ମଣ୍ଡଳ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନବବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା...

ରାଜଗାଙ୍ଗପୁର:ପ୍ରତିନିଧି ମଣ୍ଡଳ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନବବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ରାଜଗାଙ୍ଗପୁର ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା

31

ସୁନ୍ଦରଗଡ଼,(ବିଶ୍ବରଂଜନ ହୋତା): ଆଜି ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ତଥା ରାଜଗାଙ୍ଗପୁର ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମଙ୍ଗଳା କିଷାନ ଙ୍କର ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନବବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ରାଜଗାଙ୍ଗପୁର ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଗଲା |

ଯଥା ରାଜଗାଙ୍ଗପୁର ଠାରେ ନିର୍ମାଣଧୀନ ରେଲୱେ ଫ୍ଲାଇ ଓଭର କାର୍ଯ୍ୟର ଅଗ୍ରଗତି, ବିଜୁ ପଟ୍ଟନାୟକ ଛକ ଠାରେ ଅଣ୍ଡର ପାସ୍ ତୁରନ୍ତ ନିର୍ମାଣ ପାଇଁ ଦାବି, ରାଜଗାଙ୍ଗପୁର ପୌରପାଳିକା ର ୱାର୍ଡ ନମ୍ବର ୧୦ ତିଲେଇ ମୁଣ୍ଡା କରଞ୍ଜିଢ଼ିପା ଠାରେ ଥିବା ନଦୀ ଉପରେ ତୁରନ୍ତ ବ୍ରିଜ ନିର୍ମାଣ, ଜିଲ୍ଲାର ତଥା ରାଜଗାଙ୍ଗପୁର ରେ ଆଇନ ଶୃଙ୍ଖଳା ପରିସ୍ଥିତି, ରାଜଗାଙ୍ଗପୁର ପୌରପାଳିକା କୁ ରାଜ୍ୟ ସରକାର ଦେଇଥିବା ଅନୁଦାନ କୁ ତୁରନ୍ତ ଟେଣ୍ଡର କରିବା ଓ ଅଧାପନ୍ତରିଆ ଭାବେ ପଡିରହିଥିବା ପ୍ରକଳ୍ପ ଗୁଡିକୁ ତୁରନ୍ତ ଶେଷ କରିବା ପାଇଁ ଆଲୋଚନା କରାଗଲା।