Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା ଉଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ଜନକଲ୍ୟାଣ ସଂଘର ସମ୍ବର୍ଦ୍ଧନା

ଉଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ଜନକଲ୍ୟାଣ ସଂଘର ସମ୍ବର୍ଦ୍ଧନା

93

ଜଟଣୀ,୦୨/୦୧(ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର):ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟପାଇଁ ଜଟଣୀର ସ୍ୱେଛାସେବୀ ସଂଗଠନ ଜନକଲ୍ୟାଣ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଯୁବ ସମାଜସେବୀ ପ୍ରଶାନ୍ତ କୁମାର ବେହେରା,ସାମ୍ବାଦିକ ଦେବ ପ୍ରସାଦ ଦାଶ ଓ ମହମ୍ମଦ ଇସମାଇଲ ଅଲୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ସଂଘର ଆଇନ ପରାମର୍ଶଦାତା ଅଧୀବକ୍ତା ଶିବୁ ରଥ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ ।

ସଂଘର ଉପଦେଷ୍ଟା ଯୋଗେଶ ଚନ୍ଦ୍ର ନାୟକଙ୍କ ପୈାରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ମହମ୍ମଦ କରୀମ, ଉପସଭାପତି ସନାତନ ନାଏକ ଓ ଖୋର୍ଦ୍ଧାଜିଲା ମାନବସେବା ଫାଉଣ୍ଡେସନର ସଭାପତି ତଥା ଜନକଲ୍ୟାଣ ସଂଘର ସମ୍ପାଦକ ନବୀନ ମହାପାତ୍ର ପ୍ରମୁଖ ଯୋଗଦେଇ ଜନକଲ୍ୟାଣ ସଂଘ ଜଟଣୀରେ ଅସହାୟ ଓ ଗରୀବମାନଙ୍କୁ କିପରି ବିଭିନ୍ନ ସହଯୋଗ ସହାୟତା ପ୍ରଦାନ କରିବାରେ ସହାୟ ହେବ ସେନେଇ ବକ୍ତବ୍ୟ ମାଧ୍ୟମରେ ବିଭିନ୍ନ ମତପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରଙ୍କନିଧୀ ମୁଦୁଲୀ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।