Thursday, November 12, 2026
Home ଆଞ୍ଚଳିକ କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ ପକ୍ଷରୁ “କରୋନା କର୍ମ ଯୋଦ୍ଧା”ସମ୍ମାନ ପ୍ରଦାନ

କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ ପକ୍ଷରୁ “କରୋନା କର୍ମ ଯୋଦ୍ଧା”ସମ୍ମାନ ପ୍ରଦାନ

100

ଆସିକା,୦୨/୦୧(ଏସ ଏମ ପି ): କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ “କରୋନା କର୍ମ ଯୋଦ୍ଧା”ସମ୍ମାନ ପ୍ରଦାନ। ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇ ସାମାଜିକ ସ୍ତରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଆସିକା ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସାହୁ,

କବିସୂର୍ଯ୍ୟନଗର ଥାନ ଅଧିକାରୀ ଶ୍ରୀ ପ୍ରଭାତ କୁମାର ସାହୁ ,ଗଞ୍ଜାମ ଜୋନ୍ ବିଜେଡି ଯୁବ ସଭାପତି ଶ୍ରୀ ନଚିକେତା ସ୍ବାଇଁ, ସାମ୍ବାଦିକ ତଥା ସୁସାହିତ୍ୟିକ ଶ୍ରୀ ରତ୍ନାକର ଶୀୟ ସମେତ ଯୁବ ସଂଗଠକ ସମାଜସେବୀ ଶ୍ରୀ ବାଲ୍ମୀକି ବିଷୋୟୀଙ୍କୁ “କୋରୋନା କର୍ମ ଯୋଦ୍ଧା”ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ଉଲ୍ଲେଖଯୋଗ୍ୟ କି କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ ଶିକ୍ଷକ ତଥା ସାମାଜିକ କର୍ମି ଶ୍ରୀ ସୁମନ୍ତ କୁମାର ଚର୍ଚ୍ଚିଙ୍କ ନେତୃତ୍ୱରେ କରୋନା ଭଳି ଭୟଙ୍କର ମହାମାରୀ ସମୟରେ 3୦୦ରୁ ଉର୍ଦ୍ଧ ରୋଗୀଙ୍କ ନିମନ୍ତେ ରକ୍ତ ସଂଗ୍ରହ କରିବା ସହିତ ସହାୟତା ଯୋଗାଇ ଆସୁଛି।

ଏହି କାର୍ଯ୍ୟଧାରା ପ୍ରତିଦିନ ଜାରି ରହିଥିବା ବେଳେ ବର୍ତ୍ତମାନ ଏହି ସଂଘର ସଦସ୍ୟ ସଂଖ୍ୟା ୫୦୦ରୁ ଉର୍ଦ୍ଧରେ ପହଞ୍ଚିଛି। ଏଭଳି ମହାନ କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅ ଛୁଟି ଆସିଛି।ନୂତନ ବର୍ଷର ଆରମ୍ଭରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପାଖକୁ ଯାଇ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହିତ ସଂଘକୁ ଆଗକୁ ବଢ଼ାଇବା ପାଇଁ ଆଶୀର୍ବାଦ ଲାଭ କରିଥିଲେ ସଂଘର ସଦସ୍ୟ ଓ କର୍ମକର୍ତ୍ତାମାନେ।

ଏହି ଅବସରରେ ପ୍ରତିଷ୍ଠାତା ତଥା ମୁଖ୍ୟ ସଂଯୋଜକ ସୁମନ୍ତ କୁମାର ଚର୍ଚ୍ଚି, ସଂଯୋଜକ ବାଲ୍ମୀକି ବିଷୋୟୀ, ସମ୍ପାଦକ ପୂନାଲଦିପ ଜେନା, ସଭାପତି ତତ୍ବମସୀ ପରିଡ଼ା,ଉପ ସଭାପତି ଚନ୍ଦନ ଜେନା, ସଙ୍ଗଠକ ମନୋଜ ଜେନା, ପିଣ୍ଟୁ ପ୍ରଧାନ, ରାକେଶ ପାତ୍ର, ସଞ୍ଜୟ ବେହେରା, ଆଦିତ୍ୟ ଜେନା, କୃଷ୍ଣ ନାହାକ, ସୁରେଶ ତ୍ରିପାଠୀ, ସନ୍ନ୍ୟାସୀ ଭୂୟାଁ, କାଳିଆ ଜେନା,ଉପସ୍ଥିତ ଥିଲେ ।