
କୁକୁଡାଖଣ୍ଡି,01/01(ଇ.ରଞ୍ଜନ): ୨୦୨୦ ବର୍ଷ ଶେଷ ଦିନକୁ ସମସ୍ତେ ଆନନ୍ଦର ସହ ବିଦାୟ ଜଣାଇ ଜିରୋନାଇଟ ପାଳନ କରୁଥିବା ବେଳେ ସଦରଥାନା ଅନ୍ତର୍ଗତ ମସିହାଖାଲି ଗ୍ରାମରେ ଏକ ଦୁଖଃ ବାତାବରଣ ଖେଳିଯାଇଛି। ଗ୍ରାମର ବାଉରୀ ସାହିର କୈଳାସ ଦାସଙ୍କୁ କେହି ନୃସଂସ ଭାବେ ହତ୍ୟା କରିଛନ୍ତି। । ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା ରେ ଚିକିତ୍ସା ପାଇଁ ସ୍ଥାନାନ୍ତର କରି ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
କୈଳାଶଙ୍କ ମୁଣ୍ଡ ଏବଂ ମୁହଁରେ ଅତି ଜଗନ୍ୟ ଭାବେ କଟା ଦାଗ ରହିଛି । ମୃତ କୈଳାସ ମିସ୍ତ୍ରୀ କାମ କରୁଥିଲେ। ପୂର୍ବରୁ ବଡ଼ ଭାଇ କୁ ହତ୍ୟା କରାଯାଇଛି । ଜିରୋ ନାଇଟ ରେ କୈଳାଶ ଗ୍ରାମର କିଛି ଯୁବକ ମାନଙ୍କ ସହ ଭୋଜିଭାତର ଆଶର କରିଥିଲେ ପରେ କୈଣସି କାରଣରୁ ତାଙ୍କୁ ହତ୍ୟା କରାଯାଇ ଗ୍ରାମର ଏକ ବନ୍ଧ ନିକଟରେ ପକାଇଦେଇଥିଲେ।
କିଛି ମହିଳା ସୂର୍ଯ୍ୟଉଦୟ ପୂର୍ବରୁ ବନ୍ଧକୁ ଯିବା ସମୟରେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ପରେ ତାଙ୍କୁ ପରିବାରବର୍ଗ ଙ୍କ ସହଯୋଗ ରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନା ନିଆଯାଇଥିଲା।
ଏନେଇ ଥାନାରେ କୈଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ଘଟଣାସ୍ଥଳ ପରିଦର୍ଶନ ରେ ନିଜପଟୁ ମୃତଦେହ ପଡିଥିବା ସ୍ଥାନକୁ ଯାଇ ତଦନ୍ତ ଆରମ୍ଭ କରଥିବା ଥାନାଅଧିକାରୀଣି ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି।ସାହି ପୂରୁଷ ଶୂନ୍ୟ ହୋଇଯାଇଛି।ଘଟଣାରେ ସାହିର କିଛି ଯୁବକ ସଂପୃକ୍ତ ଥିବା ପୋଲିସ ପ୍ରାଥମିକ ତଦନ୍ତ ରୁ ସୂରାକ ପାଇ ସେମାନଙ୍କୁ ଧରିବାକୁ ଯୋଜନା ଚାଲିଛି।






