
ଆସିକା,୨୭/୯(ଖିରୋଦ ଚନ୍ଦ୍ର ବେହେରା) : ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଏସସିଇଆରଟି ନିର୍ଦ୍ଦେଶକ୍ରମେ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ୱାବାଧାନରେ ଅନୁଷ୍ଟିତ ହୋଇଥିଲା । ଆସିକା ବିଇଓ କୃତିବାସ ବାରିକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଏହି ସେମିନାର ବିଷୟରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପିରିୟଡ ଟେବଲ ଅଫ କେମିକାଲ ଏଲିମେଟଂ ଇମ୍ପାକ୍ଟ ଫୋର ହ୍ୟୁମାନ ୱେଲଫର ବିଷୟ ଭିତିକ ଏହି ବିଜ୍ଞାନ ସେମିନାରରେ ଅଷ୍ଟମ ଶ୍ରେଣି, ନବମ ଶ୍ରେଣୀ ଓ ଦଶମ ଶ୍ରେଣିର ମୋଟ ୧୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ଏହି ବିଜ୍ଞାନ ସେମିନାର ସକାଳ ୧୦.୩୦ ମିନିଟ ସମୟରେ ଆରମ୍ଭ ହୋଇ ୧.୩୦ ମିନିଟ ସମୟରେ ସମାପ୍ତ ହୋଇଥିଲା । ବିଚାରକ ଦାୟିତ୍ୱରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ କେମିଷ୍ଟାର ଅଧ୍ୟାପକ ଡଃ. ପ୍ରମୋଦ କୁମାର ମିଶ୍ର ଓ ଫିଜିକ୍ସ ଅଧ୍ୟାପକ ଡଃ. ଲୋକନାଥ ଷଡଙ୍ଗୀ ଦାୟିତ୍ୱ ତୁଲାଇଥିଲେ । ଏଥିରେ ଚିନିଶିଳ୍ପ ହାଇସ୍କୁଲର ଦଶମ ଶ୍ରେଣି ଛାତ୍ର ଆକାଶ ନାୟକ ପ୍ରଥମ ସ୍ଥାନ, ମୁନିଗାଡି ହାଇସ୍କୁଲ ନବମ ଶ୍ରେଣି ଛାତ୍ରୀ ସ୍ୱର୍ଣ୍ଣଲତା ସେଠି ଦ୍ୱିତୀୟ ସ୍ଥାନ ଏବଂ ଦେବଭୂମି ଗ୍ରାମ ପଚାଂୟତ ହାଇସ୍କୁଲ ନବମ ଶ୍ରେଣି ଛାତ୍ରୀ ନନ୍ଦିନୀ ନାହାକ ତୃତିୟ ସ୍ଥାନ ଅଧିକାର କରିଥିିଲେ । ସେହିପରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସେ ୟେଏସ ଟୁ ଲାଇଫ, ନୋ ଡ୍ରଗ୍ସ ବିଷୟ ଉପରେ ଡିବେଟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟର ୧୮ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମ ବିଚାରକ ଦାୟିତ୍ୱରେ ମଙ୍ଗଳପୁର ହାଇସ୍କୁଲ ଶିକ୍ଷକ ହରପ୍ରସାଦ ପଟ୍ଟନାୟକ, ହରିହର ହାଇସ୍କୁଲ ଶିକ୍ଷକ ଶିବରାମ ମହାରଣା, ଟେକନିକାଲ ହାଇସ୍କୁଲ ଶିକ୍ଷକ ପ୍ରତାପ କୁମାର ମହାପାତ୍ର ପ୍ରମୁଖ ଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳରେ ଏଭଳି କାର୍ଯ୍ୟକ୍ରମ ସହାୟକ ହେବା ନେଇ ମତ ବ୍ୟକ୍ତ କରିଥିଲେ । ବିଜ୍ଞାନର ଉନ୍ନତି ସାଙ୍ଗକୁ ଜ୍ଞାନ ଅର୍ଜନ କ୍ଷେତ୍ରରେ ଛାତ୍ରଛାତ୍ରୀ ନିଜର ଅନ୍ତର୍ନିହିତ ଜ୍ଞାନକୁ ପରିବେଷଣ କରିବା ନେଇ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ଏସସିଇଆରଟି ନିର୍ଦ୍ଦେଶକ୍ରମେ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ୱାବାଧାନରେ ଅନୁଷ୍ଟିତ ହୋଇଥିଲା । ଆସିକା ବିଇଓ କୃତିବାସ ବାରିକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଏହି ସେମିନାର ବିଷୟରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପିରିୟଡ ଟେବଲ ଅଫ କେମିକାଲ ଏଲିମେଟଂ ଇମ୍ପାକ୍ଟ ଫୋର ହ୍ୟୁମାନ ୱେଲଫର ବିଷୟ ଭିତିକ ଏହି ବିଜ୍ଞାନ ସେମିନାରରେ ଅଷ୍ଟମ ଶ୍ରେଣି, ନବମ ଶ୍ରେଣୀ ଓ ଦଶମ ଶ୍ରେଣିର ମୋଟ ୧୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ବିଜ୍ଞାନ ସେମିନାର ସକାଳ ୧୦.୩୦ ମିନିଟ ସମୟରେ ଆରମ୍ଭ ହୋଇ ୧.୩୦ ମିନିଟ ସମୟରେ ସମାପ୍ତ ହୋଇଥିଲା । ବିଚାରକ ଦାୟିତ୍ୱରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ କେମିଷ୍ଟାର ଅଧ୍ୟାପକ ଡଃ. ପ୍ରମୋଦ କୁମାର ମିଶ୍ର ଓ ଫିଜିକ୍ସ ଅଧ୍ୟାପକ ଡଃ. ଲୋକନାଥ ଷଡଙ୍ଗୀ ଦାୟିତ୍ୱ ତୁଲାଇଥିଲେ ।

ଏଥିରେ ଚିନିଶିଳ୍ପ ହାଇସ୍କୁଲର ଦଶମ ଶ୍ରେଣି ଛାତ୍ର ଆକାଶ ନାୟକ ପ୍ରଥମ ସ୍ଥାନ, ମୁନିଗାଡି ହାଇସ୍କୁଲ ନବମ ଶ୍ରେଣି ଛାତ୍ରୀ ସ୍ୱର୍ଣ୍ଣଲତା ସେଠି ଦ୍ୱିତୀୟ ସ୍ଥାନ ଏବଂ ଦେବଭୂମି ଗ୍ରାମ ପଚାଂୟତ ହାଇସ୍କୁଲ ନବମ ଶ୍ରେଣି ଛାତ୍ରୀ ନନ୍ଦିନୀ ନାହାକ ତୃତିୟ ସ୍ଥାନ ଅଧିକାର କରିଥିିଲେ । ସେହିପରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସେ ୟେଏସ ଟୁ ଲାଇଫ, ନୋ ଡ୍ରଗ୍ସ ବିଷୟ ଉପରେ ଡିବେଟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟର ୧୮ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ବିଚାରକ ଦାୟିତ୍ୱରେ ମଙ୍ଗଳପୁର ହାଇସ୍କୁଲ ଶିକ୍ଷକ ହରପ୍ରସାଦ ପଟ୍ଟନାୟକ, ହରିହର ହାଇସ୍କୁଲ ଶିକ୍ଷକ ଶିବରାମ ମହାରଣା, ଟେକନିକାଲ ହାଇସ୍କୁଲ ଶିକ୍ଷକ ପ୍ରତାପ କୁମାର ମହାପାତ୍ର ପ୍ରମୁଖ ଥିଲେ ।

ଏହି ଅବସରରେ ଉପସ୍ଥିତ ଅତିଥି ମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳରେ ଏଭଳି କାର୍ଯ୍ୟକ୍ରମ ସହାୟକ ହେବା ନେଇ ମତ ବ୍ୟକ୍ତ କରିଥିଲେ । ବିଜ୍ଞାନର ଉନ୍ନତି ସାଙ୍ଗକୁ ଜ୍ଞାନ ଅର୍ଜନ କ୍ଷେତ୍ରରେ ଛାତ୍ରଛାତ୍ରୀ ନିଜର ଅନ୍ତର୍ନିହିତ ଜ୍ଞାନକୁ ପରିବେଷଣ କରିବା ନେଇ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।



