
ଆସିକା,୨୭/୯(ଖିରୋଦ ଚନ୍ଦ୍ର ବେହେରା) : ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତି ଅବସରରେ ବିଶ୍ୱ ଶାନ୍ତି ଓ ପ୍ରଗତି ପାଇଁ ଅହିଂସାକୁ ଭାରତୀୟ ସମ୍ବିଧାନରେ ମୁଖ୍ୟବନ୍ଧରେ ସ୍ଥାନିତ କରିବା ପାଇଁ ମାନ୍ୟବର ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଏକ ମହତ ଉଦ୍ଦେଶ୍ୟରେ ସାକାର କରିବା ପାଇଁ ରାଜ୍ୟ ବ୍ୟାପି ଜନସଚେତନତା ଓ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଏହାକୁ ଅନୁସରଣ କରି ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବନ୍ଦର ସହ ଐତିହାସିକ ଗୋପାଳପୁର ଠାରୁ ଅହିଂସା ରଥ ଶୁଭାରମ୍ଭ ହୋଇ ଜିଲ୍ଲା ପରିକ୍ରମା କରିଛି । ଏହି ଅହିଂସା ରଥକୁ ଆସିକା ନିର୍ବାଚନ ମଣ୍ଡଳିରେ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ନେତୃତ୍ୱରେ କେନ୍ଦୁପଦର ଠାରେ ବିପୁଳ ସମ୍ବର୍ଦ୍ଧନା ହଜାର ହଜାର କର୍ମି, ସରପଚଂ, ସମିତିସଭ୍ୟ ଓ ଛାତ୍ରଛାତ୍ରୀ ଓ ବିରାଟ ପଟୁଆର ସହ ପ୍ରଗତି ବିଦ୍ୟାପିଠ ସ୍କୁଲ ଖେଳ ପଡିଆ ଠାରେ ରଥକୁ ମଚଂ ନିକଟକୁ ପାଛୋଟି ଆଣିଥିଲେ ।

ବିଧାୟିକା ମଞ୍ଜୁଳା ସ୍ୱାଇଁ ସଭାପତିତ୍ୱରେ ଏହି ସଚେତନତା ସଭା ଅନୁଷ୍ଟିତ ହୋଇଥିଲା । ଏହି ସଭାରେ ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲୀକ, କବିସୂର୍ଯ୍ୟନଗର ବ୍ଲକ ଚେୟାରମ୍ୟାନ ସନ୍ତୋଷ କୁମାର ପାଢୀ, ଆସିକା ବ୍ଲକ ଉପାଧ୍ୟାକ୍ଷା ସୁଜାତା ସ୍ୱାଇଁ, କବିସୂର୍ଯ୍ୟନଗର ଉପାଧ୍ୟକ୍ଷା ସଙ୍ଗିତା ସ୍ୱାଇଁ, ଆସିକା ବିଡିଓ ସତ୍ୟ ସୁନ୍ଦର ରାଉତ, ବରିଷ୍ଠ ବିଜେଡି ନେତା ଦିଲ୍ଲିପ କୁମାର ପାଣିଗ୍ରାହି, ଯୁବ ନେତା ସତ୍ୟନାରାୟଣ ସ୍ୱାଇଁ, ଏସିଏମପିସିଏସ ସଭାପତି ସୂର୍ଯ୍ୟକାନ୍ତ ପରିଡା, ଯୁବ ନେତା ଶିବ ନାହାକ, ରାଜେଶ ପଟ୍ଟନାୟକ, ନଚିକେତା ସ୍ୱାଇଁ, କୋକରାମ ଜେନା ସମେତ ସମସ୍ତ ସରପଚଂ, ସମିତିସଭ୍ୟ ମଚାଂସିନ ଥିଲେ । ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦିପ ପ୍ରଜ୍ଜଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆଇନଜୀବୀ ଅଜିତ କୁମାର ଚୈାଧୁରୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅତିଥି ମାନଙ୍କୁ ପୁଷ୍ପଗୁଛ ସହ ଉପଢୈାକନ ପ୍ରଦାନ କରାଯାଇଥିଲା । ବିଜେଡି ନେତା ଦିଲ୍ଲିପ କୁମାର ପାଣିଗ୍ରାହି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବିଧାୟିକା ମଞ୍ଜୁଳା ସ୍ୱାଇଁ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତି ଅବସରରେ ବିଶ୍ୱ ଶାନ୍ତି ଓ ପ୍ରଗତି ପାଇଁ ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖ୍ୟବନ୍ଧରେ ସ୍ଥାନିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ବ୍ୟାପି ଜନସଚେତନତା ଓ ଦସ୍ତଖତ ଅଭିଯାନ ନିତିକୁ ପ୍ରଶଂସା କରିବା ପାଇଁ ସହ ଏହାକୁ ସହ ଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସାଇରାମ ଗାନ୍ଧୀଙ୍କ ବେଶ ସାଙ୍ଗକୁ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଦେଶାତ୍ମକ ସଙ୍ଗୀତ ଓ ନାଟକ ପ୍ରଦର୍ଶନନ କରାଯାଇଥିଲା ।
ସଭା ଶେଷରେ ଯୁବ ବିଜେଡି ନେତା ଭବାନୀ ମଳ୍ଲୀକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଗତି ବିଦ୍ୟାପିଠ ଛାତ୍ରଛାତ୍ରୀ ସାଙ୍ଗକୁ ୩୨ଟି ବିଦ୍ୟାଳୟର ଛାତ୍ରଛାତ୍ରୀ, କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସନ୍ତୋଷ କୁମାର ଆପଟ, କେନ୍ଦ୍ୁପଦର ପ୍ରଗତି ଶିଶୁ ମନ୍ଦିର ଛାତ୍ରଛାତ୍ରୀ,ଏନସିସି, ସ୍କାଉଟ ଗାଇଡ ସହ ଶତାଧିକ ମହିଳା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ଦିଲ୍ଲିପ କୁମାର ପାଣିଗ୍ରାହିଙ୍କ ନେତୃତ୍ୱରେ ଏହି ରଥ ଆସିକା ଅଭିମୁଖେ ଯାତ୍ରା କରିଥିଲା । ନିମିନା ବୃନ୍ଦାବନ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ନିମିନା ପ୍ରାଥମିକ ବିଦ୍ୟାଳୟ , ଖଣ୍ଡରାବଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ବିଶ୍ୱନାଥ ସେଠି ଓ ଛାତ୍ରଛାତ୍ରୀ, ବାଲିିସିରା ଉଚ୍ଚ ବିଦ୍ୟାଳୟ,ଗୁଣ୍ଠପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜଗଦଳପୁର ଉଚ୍ଚ ବିଦ୍ୟାଳୟ ଗୁଣ୍ଠପଡା, ଦେବଭୂମି ଗ୍ରାମପଚାଂୟତ ହାଇସ୍କୁଲ, କର୍ପୁର ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆସିକା କଳିଙ୍ଗ ରୋଡ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମୁନୀ, ମହାବିଦ୍ୟାଳୟ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ରଥ, ଆସିକା ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ୱିନୀ ଦାଶ ଓ ବିଦ୍ୟାଳୟ, ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଜଲି ମହାପାତ୍ର, ଆସିକା ଓକିଲ ସଂଘ ସଭାପତି ସରୋଜ କୁମାର ତ୍ରିପାଠି, ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଗଣେଶ୍ୱର ମାଝି, ଆସିକା ହରିହର ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ରାଉତ, ବାଣି ବିହାର ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିର, ଆସିକା ଟେକନିକାଲ ହାଇସ୍କୁଲ, ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ତାରା ପ୍ରସାଦ ଦାଶ ଓ ମହାବିଦ୍ୟାଳୟର ଏନଏସି ଅଧିକାରୀ ଡଃ.ଶଙ୍କରର୍ଷଣ ଅଧିକାରୀ ପ୍ରମୁଖ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।

ଆସିକା ଟେକନିକାଲ ହାଇସ୍କୁଲ ଠାରେ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା । ଅହିଂସା ପାଇଁ ଓ ପିତାମାତାକୁ ସମ୍ମାନ ଦେବା ପାଇଁ ଏହି ରଥ ନେତୃତ୍ୱ ନେଉଥିବା ସାଇରାମ ଗାନ୍ଧୀ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଏହାପରେ ରଥ ବିଧାୟିକାଙ୍କ ନିଜ ଗ୍ରାମ ପଥରାକ ବିରାଟ ପଟୁଆର ସହ ଅଭିମୁଖେ କରିଥିଲା ।



