
ଆସିକା,(ଜ଼ିଲ୍ଲା ଖବର): ଗୁରୁବାର ଦିନ ଆମ୍ଭ ଗ୍ରାମରେ ଆବର୍ଜନାମୁକ୍ତ ଗ୍ରାମ ପଞ୍ଚାୟତ ତଥା ପରିମଳ/କରୋନା ମୁକ୍ତ ସଚେତନତା କାର୍ଯ୍ୟକ୍ରମ,ଗାଁ କଲ୍ୟାଣ ସମିତି,କାଳଷଣ୍ଢପୁର ତରଫରୁ ଉକ୍ତ ଗ୍ରାମର ମମତା ସାହୁଙ୍କ ଅଧ୍ୟକ୍ଷତାରେ ବହୁଆଡ଼ମ୍ବର ସହକାରେ ପରିଚାଳିତ ହୋଇଯାଇଛି l
ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ଧନମାଳୀ ସିୟ,ଓ୍ବାର୍ଡମେମ୍ବର ମନୁ ପଣ୍ଡା ଏ ଅଶୋକ ଦାଶ ,ଅଙ୍ଗନଓ୍ବାଡି କର୍ମୀ,ଆଶା କର୍ମୀ ତଥା ଗ୍ରାମ ପଞ୍ଚାୟତର ସ୍ବଚ୍ଛଭାରତ ମିଶନର ସ୍ବଚ୍ଛତାଗ୍ରାହୀ କର୍ମୀ ଶ୍ରୀମାନ୍ କାଳୁ ଚରଣ ପାତ୍ର ଡ଼ଷ୍ଟବିନ୍ ଓ ବ୍ଲିଚିଙ୍ଗ୍ ର ବ୍ୟବହାର ବିଷୟରେ କହିଥିଲେ l
ହରିଡ଼ାପଦର ପଞ୍ଚାୟତର ସ୍ବଚ୍ଛଭାରତ ମିଶନର ସ୍ବଚ୍ଛତାଗ୍ରାହୀ କର୍ମୀ ଶ୍ରୀମାନ୍ ଅନିଲ୍ କୁମାର ଜେନା ଓ ଜୟପୁର ପଞ୍ଚାୟତର ସ୍ବଚ୍ଛଭାରତ ମିଶନର ସ୍ବଚ୍ଛତାଗ୍ରାହୀ କର୍ମୀ ଶ୍ରୀମାନ୍ ସନାତନ ପଣ୍ଡା ଯୋଗ ଦେବା ସହ ପ୍ରତ୍ୟେକ ଦିନ କିପରି ନିଜର ଗ୍ରାମ ସ୍ବଚ୍ଛତା ରହିବ ସେ ବିଷୟରେ ବୁଝାଇଥିଲେ l
କନିଷ୍ଠ ଯନ୍ତ୍ରୀ ଶ୍ରୀନିବାସ ରାଓ କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷଣ କରିବା ସହ ଆଗକୁ କିପରି ସ୍ବଚ୍ଛ ଗ୍ରାମ ପଞ୍ଚାୟତ ଭାବେ ପରିଗଣିତ ହେବ ସେ ବିଷୟରେ ଆଲୋକପାତ କରିଥିଲେ l











