
ଆସିକା,(ଜ଼ିଲ୍ଲା ଖବର):ନିକଟରେ ସାଉଥକୋକୁ ରାଜ୍ୟ ସରକାର ଟାଟା ପୱାର ଲିମିଟେଡ଼କୁ 25 ବର୍ଷୀୟା ଘରୋଇ କରଣ ଚୁକ୍ତି ବିରୋଧରେ ଆସିକା ଡିଭିଜନ ଏକ ସାଉଥକୋ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଧାରଣା l
ପ୍ରତିବାଦରେ ଓଡ଼ିଶା ରାଜ୍ୟ ବିଦୁତ କର୍ମଚାରୀ ସଂଘ, ଓଡିଶା ରାଜ୍ୟ ବିଦୁତ ଯନ୍ତ୍ରୀ ନିଗମ ସଂଘ, ବିଜୁଳି କର୍ମଚାରୀ ସଂଘ, ସାଉଥକୋ ପାୱାର ଇଞ୍ଜିନିଅର ଆସଶୋସିଆନର ମିଳିତରେ ଏକତା ମଞ୍ଚ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।
ଉକ୍ତ ପ୍ରତିବାଦ ସଭାରେ ଏକତା ମଂଚ ତରଫରୁ ୬ଗୋଟି ଦାବୀ ଉପସ୍ଥାପନ କରାଯାଇଥିଲା । କର୍ମଚାରୀ ମାନଙ୍କର ୧୦% ଅଂଶଧନ କର୍ମଚାରୀ ମାନଙ୍କ ଅଧୀନକୁଦେବା, ସବୁ ସ୍ତରରେ କର୍ମଚାରୀ ମାନଙ୍କ ଚାକିରୀ ସର୍ତା ବଳୀ ଅପରିବର୍ତ୍ତିତ ରହିବା,
ଚାକିର ସର୍ତାବଳୀ ସମସ୍ତ କର୍ମଚାରୀଙ୍କୁ ପ୍ରଦାନ କରିବା, ଗ୍ରାହକ ଓ ଲାଇନ ଆନୁସାରେ କର୍ମଚାରୀ ନିଯୁକ୍ତି କରାଇବା, ଠିକା ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତି କରାଇବା, ଓ ଅବସର ପ୍ରାପ୍ତ ସମସ୍ତ କର୍ମଚାରୀ ମାନଙ୍କ ବକେୟା ରାଶି ଯଧା ଶୀଘ୍ର ପ୍ରଦାନ କରିବା ଏଭଳି ଛଅଟି ଦଫା ନେଇ ପ୍ରତିବାଦ କରିଥିଲେ ।
ଏହି ଅବସରରେ ଏକତା ମଞ୍ଚର ସଭାପତି ଇଂ ସୁନୀଲ କୁମାର ସ୍ୱାଇଁ, ଇଂ ତପନ କୁମାର ସୁଅର, ଅର୍ବସକବ ଡିଭିଜନ ସେକ୍ରେଟାରୀ ଦେବରାଜ ପ୍ରଦାନ, EQD ଡିଭିଜନ ସେକ୍ରେଟାରୀ ବସନ୍ତ କୁମାର ସ୍ୱାଇଁ, AGS ମହେଶ ଚନ୍ଦ୍ର ପ୍ରମୁଖ ଯୋଗ ଦେଇ ପ୍ରତିବାଦ କରିଥିଲେ l
ଆଗାମୀ ଦିନରେ ସରକାର ଯଦି ତାଙ୍କର ଛଅ ଦଫା ଦାବି ପୂରଣ ପାଇଁ ରାଜି ନହୁଅନ୍ତି ତାହେଲେ ଆନ୍ଦୋଳନକୁ ତ୍ରିବ୍ର କରାଯାଇବି ବୋଲି ଏକତା ମଞ୍ଚର ସଦସ୍ୟ ମାନେ ପ୍ରତିକ୍ରିୟା ଦେଇଛନ୍ତି I











