କନ୍ଧମାଳ ଜିଲ୍ଲା ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇଟି ଗାଡି ସହ ୪ ଗିରଫ

90

ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ):କନ୍ଧମାଳ ଜିଲ୍ଲା ଖଜୁରିପଡା ପୁଲିସ ବୁଧବାର ଗଞ୍ଜେଇ ଚୋରାଚାଲାଣ କରୁଥିବା ସମୟରେ ୪ ଜଣ ଯୁବକ ଏବଂ ଜଣେ ନାବାଳକଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ପ୍ରକାରେ, ଭୁବନେଶ୍ୱର ଅଭିମୁଖେ ଏମାନେ ଗଞ୍ଜେଇ ନେଇ ଯାଉଥିବା ଖବର ବିଶେଷ ସୂତ୍ରରୁ ଖଜୁରିପଡା ଥାନା ଅଧିକାରୀଙ୍କ ପାଖରେ ପହଞ୍ଚିଥିଲା।

ଏହି ଖବର ପାଇ ଥାନା ଆଗରେ ଯାଞ୍ଚ କଲାବେଳେ ସେହି ରାସ୍ତା ଦେଇ ଆସୁଥିବା ୨ ଗୋଟି ଗାଡ଼ିରୁ ୧୮କେଜି ୫୦୦ଗ୍ରାମ ଗଞ୍ଜେଇ ମିଳିଥିଲା। ପୁଲିସ ଗାଡି ଦୁଇଟିକୁ ଜବତ କରିବା ସହିତ ୪ ଜଣ ଅଭିଯୁକ୍ତଙ୍କୁୁ ଗିରଫ କରିଥିଲା। ଗିରଫ ବ୍ୟକ୍ତିମାନେ ହେଲେ ଆକାଶ ସାହାଣୀ 20 ବର୍ଷ , ପ୍ରକାଶ ସାହାଣୀ 25ବର୍ଷ, ସୁକେଶ ସାହାଣୀ 20ବର୍ଷ ହନୁମନ୍ତ ସାହାଣୀ 22ବର୍ଷ ଏବଂ ଅନ୍ୟ ଜଣେ ନାବାଳକ। ଏମାନଙ୍କ ଘର ଫିରିଙ୍ଗିଆ ଥାନା ଅନ୍ତର୍ଗତ ବରପଦର ଗ୍ରାମରେ ବୋଲି ଜଣାପଡିଛି |

ଖଜୁରିପଡା ଥାନାରେ କେସ ନଂ-125/20 ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ବିକାଶ ମଲ୍ଲିକ ସୂଚନା ଦେଇଛନ୍ତି।