Wednesday, October 14, 2026
Home ଅପରାଧ ଭିନ୍ନକ୍ଷମ ଯୁବତୀକୁ କୁକର୍ମ ଅଭିଯୋଗ,ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ

ଭିନ୍ନକ୍ଷମ ଯୁବତୀକୁ କୁକର୍ମ ଅଭିଯୋଗ,ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ

13
eRANJAN

କୁକୁଡାଖଣ୍ଡି,(ରଞ୍ଜନ): ସଦରଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଭଣ୍ଡାରୀ ସାହିର ଘଟଣା ବନ୍ଧକୁ ଯିବା ସମୟରେ ଜଣେ ଭିନ୍ନକ୍ଷମ ଯୁବତୀକୁ ପାଶବିକ ହତ୍ୟାଚାର ହୋଇଥିବା ନେଇ ଥାନା ରେ ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ ଯେ ସାହିର ଜଣେ ୨୫ ବର୍ଷୀୟା ଭିନ୍ନକ୍ଷମ ଯୁବତୀଜଣକ ମଙ୍ଗଳବାର ରାତ୍ର ୭ଟା ସମୟରେ ସାହି ନିକଟ ବନ୍ଧ କୁ ଶୈଚ ନିମନ୍ତେ ଯାଉଥିବା ବେଳେ ଗ୍ରାମର ହରିଡାକୁଆ ନାମକ ବ୍ୟକ୍ତି ଯୁବତୀ ଙ୍କୁ ରାସ୍ତାରେ ନିକଟରେ ପାଶବିକ ହତ୍ୟାଚାର କରିବାକୁ ଚେଷ୍ଟା କରିଥିଲା।

ଯୁବତୀ ଙ୍କ ପାଟି ଶୁଣି ତାଙ୍କ ସାମ୍ପକୀୟ ଦୁଇଭାଇ ଆସି ତାଙ୍କୁ ଉଦ୍ଧାର କରିବା ସମୟରେ ଉଦ୍ଧାର କରିବାକୁ ଯାଇଥିବା ଦୁଇଭାଇ ଜଗନ ଓ ଶୁଭେନ୍ଦ୍ର ଡାକୁଆ କୁ ହରି କାତିରେ ଆକ୍ରମଣ କରି ଘଟଣାସ୍ଥଳରୁ ଚାଲିଯାଇଥିବା ନେଇ ଜଗନ ଡାକୁଆ ସଦରଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।

ସଦରଥାନା ପୋଲିସ ଉଭୟ ଆଡୁ ଯାଇଥିବା ଅଭିଯୋଗ କୁ ଭିତ୍ତି କରି ଯୁବତୀ ଙ୍କ ଆଡୁ ୪୦୫/୨୦ରେ ମାମଲା ରୁଜୁ କରିଥିବା ବେଳେ ହରି କୁ ଆକ୍ରମଣ ଯୋଗୁଁ ତାଙ୍କ ମୁଣ୍ଡରେ ଆଘାତ ହୋଇଥିବା ରୁ ଆକ୍ରମଣ କରିଥିବା ବ୍ୟକ୍ତି ଙ୍କ ଉପରେ ୪୦୭/୨୦ରେ ମାମଲା ରୁଜୁ କରି ପୋଲିସ ଘଟଣାସ୍ଥଳରେ ତଦନ୍ତ ଚଲାଇଥିବା ଥାନା ଅଧିକାରୀ ସନ୍ତୋଷିନୀ ସୂଚନା ଦେଇଛନ୍ତି।