Saturday, November 14, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ଯାଞ୍ଚ କମିଟି ଓ ଶିଶୁ ମଙ୍ଗଳ ସମିତିର ଶିଶୁ ଯତ୍ନ ଅନୁଷ୍ଠାନ ମିଳିତ...

ଗଞ୍ଜାମ ଜିଲ୍ଲା ଯାଞ୍ଚ କମିଟି ଓ ଶିଶୁ ମଙ୍ଗଳ ସମିତିର ଶିଶୁ ଯତ୍ନ ଅନୁଷ୍ଠାନ ମିଳିତ ପରିଦର୍ଶନ

69

ଧରାକୋଟ,(ଏସ ଏମ ପି):ଶିଶୁ ଯତ୍ନ ଅନୁଷ୍ଠାନ ବାଲ୍ମୀକେଶ୍ଵର ଅନାଥ ଆଶ୍ରମ ସୋସାଇଟି, ଧରାକୋଟରେ ଗଞ୍ଜାମ ଜିଲ୍ଲା ଯାଞ୍ଚ କମିଟି ଓ ଶିଶୁ ମଙ୍ଗଳ କମିଟିର ମିଳିତ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁବୋଧ କୁମାର ଶଢଙ୍ଗୀ, ଶିଶୁ ମଙ୍ଗଳ କମିଟିର ମାନ୍ୟବର ସଭ୍ୟ ଡ .ଶ୍ୟାମାକାନ୍ତ ଜେନା,ସାଭ୍ୟା ଶ୍ରୀମତୀ ମିନତୀ ପ୍ରଧାନ ଉପସ୍ଥିତ ରହି ଅନୁଷ୍ଠାନରେ ଶିଶୁମାନଙ୍କର ରହିବା ଗୃହ,ପାଇଖାନା ଓ ଗାଧୁଆ ଗୃହ, ପରିବେଶ, ଫୁଲ ବଗିଚା, ଗୋଦାମ ଗୃହ,ରୋଷେଇ ଗୃହ,ଭୋଜନ ଗୃହ, ଲାଇବ୍ରେରୀ ଇତ୍ୟାଦି ବୁଲି ଦେଖିଥିଲେ ।

ଅନୁଷ୍ଠାନରେ ଏକ ଶତ ଶିଶୁ ରହିବା ପାଇଁ ସବୁ ଦିଗରୁ ମାନ୍ୟବର କମିଟି ଯାଞ୍ଚ କରି ଖୁସି ହୋଇଥିଲେ ଓ କେତକ ଦିଗ ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇ ଶିଶୁ ମାନଙ୍କର ସହିତ ମଧ୍ୟାହ୍ନ ଭୋଜନ କରିଥିଲେ । ଶିଶୁକନ୍ୟା ମାନଙ୍କର ସହିତ ମହିଳା ସଭ୍ୟା ଶ୍ରୀମତୀ ମିନତୀ ପ୍ରଧାନ ଆଳାପ ଆଲୋଚନା କରିବା ସମୟରେ ଗୃହ ମାତା ପ୍ରଭାସିନୀ ସ୍ଵାଇଁ ଉପସ୍ଥିତ ଥିଲେ । ସମସ୍ତ ଶିଶୁ ମାନଙ୍କର ସହିତ କମିଟି ମିଳିତ ଭାବେ ଆଲୋଚନା କରି ସମ୍ପ୍ରତି କରୋନା ସତର୍କତା ଉପରେ ବୁଝାଇ ୨୦୨୦ ବର୍ଷକୁ ବିଦାୟ ଦେଇ ଆଗାମୀ ନବବର୍ଷ ୨୦୨୧କୁ ସ୍ଵାଗତ କରି ଅଭିନନ୍ଦନ ଜ୍ଞାପନ କରିଥିଲେ ।

ଏହି ଅବସରରେ ଅନୁଷ୍ଠାନର ପରିଚାଳକ ଶ୍ରୀ କେ. ଟୁନା ଦୋରା, ଗୃହ ପିତା ଶିଶିର କୁମାର ରାଜ , ଅନୁଷ୍ଠାନର କର୍ମଚାରୀ ସୁନିଲ ଚନ୍ଦ୍ର ସ୍ଵାଇଁ ,ଲୋକନାଥ ଦାସ , ଭାରତୀ ଗୌଡ, ପ୍ରମିଳା କୁମାରୀ ବେହେରା, A.ସୁନିତା କୁମାରୀ, ଅମିତା ସାହୁ, ମଞ୍ଜୁଳା ପୋଲାଇ , ରଞ୍ଜିତା ଗୌଡ, ହରିହର ରାଉଳ, ନାରାୟଣ ବରାଡ , ପଂଚାନନ ସ୍ଵାଇଁ ଉପସ୍ଥିତ ଥିଲେ