
ମୁନିଗୁଡା,(ସନାତନ ନାୟକ): ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକସ୍ଥିତ ଲତାଗୁଡା ଫାର୍ମହାଉସ ନିକଟ ଭବନରେ ପ୍ରେସକ୍ଲବ ମୁନିଗୁଡା ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ବରିଷ୍ଠ କୃଷକ ସଂଗଠକ ତଥା ପୂର୍ବତନ ପଂଚାୟତ ସମିତି ଅଧକ୍ଷ ଶ୍ରୀଯୁକ୍ତ ମୀନକେତନ ଷଢଙ୍ଗୀ ଏହି ଅନ୍ତରଙ୍ଗ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଭିଙ୍କୁ ଉତ୍ସାହିତ କରିବା ସହ ସଙ୍କଟ କାଳରେ ସାମ୍ବାଦିକ ମାନେ ସମାଜରେ ସଂକଟମୋଚନର ଅହମ ଭୂମିକା ନିଭାଉ ଥିବାରୁ ସେମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟକୁ ପ୍ରଶଂସା କରିଥିଲେ।
ଅନ୍ୟତମ ବରିଷ୍ଠ ସାମ୍ବାଦିକ ସିଏଚ ଗଣେଶ୍ବର ରାଓ, ରାଧେଶ୍ୟାମ ଅଗ୍ରୱାଲ ଓ ରାମଚନ୍ଦ୍ର ବେହେରା ମଞ୍ଚାଷୀନ ରହି ସାମ୍ବାଦିକ ବନ୍ଧୁ ମାନଙ୍କୁ ଉତ୍ସାହିତ କରିଥିଲେ।ପ୍ରେସକ୍ଲବର ସଭାପତି ଶ୍ରୀଯୁକ୍ତ ରାଜୀଵଲୋଚନ ଦାସ ପୁରୁଣାବର୍ଷର ଅନେକସ୍ମୃତି,ଖଟାମିଠା ଅନୁଭୂତି ଓ ମିନବାବୁଙ୍କ ସାମ୍ବାଦିକ ମାନଙ୍କ ପ୍ରତି ଥିବା ଅନେକ ସମ୍ମାନର କଥା କହିବା ସହ ସରକାରୀ କଟକଣାକୁ ଦୃଷ୍ଟିରେ ରଖି ଆଗାମୀ ନୂଆବର୍ଷର ପ୍ରେସକ୍ଲବ ବାର୍ଷିକ ଅଧିବେଶନ ନିଆଡମ୍ବର ତଥା ସିମିତ ଆୟୋଜନ ମଧ୍ୟରେ କରିବାକୁ ପ୍ରସ୍ତାବ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଗୌରାଙ୍ଗ ଚରଣ ରାଉତ,ନିରଞ୍ଜନ ସାହୁ,ମନୋରଞ୍ଜନ ଦଳାଇ,ନନ୍ଦକିଶୋର ପଟ୍ଟନାୟକ,ଚନ୍ଦ୍ରଶେଖର ପଣ୍ଡା,ପ୍ରମୋଦ ସାହୁକାର,ମହେଶ୍ୱର ବ୍ରହ୍ମଚାରୀ,ଗଣେଶ ପ୍ରସାଦ ପାତ୍ର,ଶ୍ରୀକାନ୍ତ ବଲଭଭାଇ ,ଶିବପ୍ରସାଦ ନରେନ୍ଦ୍ର,ଆନନ୍ଦ ଟାକରି,ରଘୁନାଥ ବେହେରା,ସନାତନ ନାୟକ,ଧନୁ କୁସୁଲିଆ,ନରେଶ ପାତ୍ର,ଲାଡି ଶଙ୍କର ରାଓ, ଦକ୍ଷ ବାତ୍ରା,ଅନନ୍ତ ଦୁର୍ଗାଁ ପ୍ରମୁଖ ଅନେକ ମୁଦ୍ରିତ,ବୈଦ୍ୟୁତିକ ଓ ୱେବ ଚାନେଲର ପ୍ରତିନିଧି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
ଶେଷରେ ସାମ୍ବାଦିକ ଗଣେଶ ପ୍ରସାଦ ପାତ୍ର ଆଗାମୀ ନୂଆବର୍ଷ ୨୦୨୧ର ବଂଧୁମିଳନକୁ ସଭିଙ୍କୁ ମୌଖିକ ନିମନ୍ତ୍ରଣ ଜଣାଇବା ସହ ଆଜିର ବିଦାୟିବର୍ଷର ଶେଷ କାର୍ଯ୍ୟକ୍ରମରେ ସଭିଙ୍କ ଉପସ୍ଥିତି ଓ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।










