
ବୁଗୁଡା,(ଡ଼ଃ. କୁମୁଦ ଚନ୍ଦ୍ର ବେହେରା): ଗଂଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମ ପଞ୍ଚାୟତର ପିଇଓ ଗତ ଜୁଲାଇ ୨୯ ତାରିଖ ଦିନ କରୋନାରେ ମୃତ୍ୟୁ ବରଣ କରିଥିବା ବେଳେ କରୋନା ଯୋଦ୍ଧାଙ୍କ ଧର୍ମପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଛି । ଗୋଲିଆ ପଞ୍ଚାୟତ ପିଇଓ ଶେଷଦେବ ବେହେରାଙ୍କ କରୋନା ପଜିଟିଭ୍ ଜଣାପଡିବା ପରେ ଗତ ଜୁଲାଇ ୨୧ ତାରିଖ ଦିନ ଟାଟା କୋଭିଡ୍ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଥିଲେ ।
ସରକାରଙ୍କ ଘୋଷଣା ପ୍ରକାରେ ସ୍ୱର୍ଗତ ବେହେରାଙ୍କ ପତ୍ନୀ ରଶ୍ମିବାଳା ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭଂଜନଗର ଏକ୍ସିସ ବ୍ୟାଙ୍କର ଶ୍ରୀମତି ବେହେରାଙ୍କ ଏକାଉଣ୍ଟରେ ଡିସେମ୍ବର ୩୦ ତାରିଖ ଦିନ ୫୦ ଲକ୍ଷ ଟଙ୍କା ସହାୟତା ରାଶି ଜମା ହେବ । ଏନେଇ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୮୦୬/ଜିପି ପ୍ରକାରେ ବ୍ୟାଙ୍କ ଓ ଶ୍ରୀମତି ବେହେରାଙ୍କୁ ଅବଗତ କରାଯାଇଥିବା ବୁଗୁଡା ବିଡିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି ।








