
ସୁନ୍ଦରଗଡ/ହେମଗିର{ବିଶ୍ବରଂଜନ ହୋତା}: ସୁନ୍ଦରଗଡ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ ବରବାହାଳି ବନସୁରକ୍ଷା ସମିତି ଅଧୀନସ୍ଥ ପଡାଗ୍ରାମ ଭାଲୁବାହାଲି ଠାରେ ଅଦ୍ୟଦିନ ସମନ୍ନୀତ ଆଦିବାସୀ ଉନ୍ନୟନ ସଂସ୍ଥା ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସୁନ୍ଦରଗଡ ଙ୍କ ମିଳିତ ପ୍ରୟାସ କ୍ରମେ ଚଳିତବର୍ଷ ରବି ଫସଲ ନିମନ୍ତେ ୬ ଗୋଟି ବନ ସୁରକ୍ଷା ସମିତି ଯଥା ବରବାହାଲି, କାଉଦରହ, କୁଟ୍ରାଯୋର, ବନ୍ଧବାହାଲ-ଘିନାଚାଲ, କୁଲଯୋର ଓ କୁଟିଖୋଲର ମୋଟ ୫୨ ଜଣ ଆଦିବାସୀ ବର୍ଗର ଚାଷୀମାନଙ୍କୁ ଏକର ପିଛା ୧୬ କିଗ୍ରା ଲେଖାଏଁ ସର୍ବମୋଟ ୪.୫୬ କ୍ଵିଣ୍ଟାଲ ଲାଲଚନା ମଞ୍ଜି (chick pea) ମୋଟ ୨୮.୫ ଏକର ଜମିରେ ଚାଷ ନିମନ୍ତେ ମାଗଣାରେ ଯୋଗେଇ ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ“ସମନ୍ନୀତ ଆଦିବାସୀ ଉନ୍ନୟନ ସଂସ୍ଥା” ର ଜୀବନଜୀବିକା SMS କୁମାରୀ ସ୍ଵାତୀ ପଣ୍ଡା ଏବଂ “ଜିଲ୍ଲା ଖଣିଜ ପ୍ରତିଷ୍ଠାନ” ର ଜୀବନ ଜୀବିକା ଅଧିକାରୀ ଶ୍ରୀମାନ ଅଞ୍ଜନ କୁମାର ପଣ୍ଡା ଓ ଶ୍ରୀମତୀ କୁସୁମ ମ୍ୟାଡାମ ତଥା ଅଗ୍ରଣୀ ସ୍ଵେଛାସେବି ସଂସ୍ଥା “ସେବକ” ର ଅଧ୍ୟକ୍ଷ ଶ୍ରୀ ଅମୀୟକାନ୍ତ ନାଏକ ଏବଂ ଜୀବନ ଜୀବିକା ଅଧିକାରୀ ଶ୍ରୀ ଚକ୍ରଧର ପୃଷେଠ ଓ “ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ, ହେମଗିର’ର” କର୍ମକର୍ତ୍ତା ପ୍ରଭୃତି ଉକ୍ତ ମଞ୍ଜି ବଣ୍ଟନ ସଭାରେ ଯୋଗଦାନ କରିଥିଲେ। ଆଙ୍କେଲବିରା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଥଇଚରଣ ସାଏବଂ ବରବାହାଳି ବନସୁରକ୍ଷା ସମିତିର ସଭାପତି ଜଗଦୀଶ ସା ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।
ପ୍ରଥମେ ବନସୁରକ୍ଷା ସମିତିର ସଭ୍ୟସଭ୍ୟା ମାନେ ନିଜର ଲୋକଗୀତ ଓ ନୃତ୍ୟ ପରିବେଷଣ କରି ଅତିଥି ମାନଙ୍କୁ ସଭାସ୍ଥଳୀକୁ ପାଛୋଟି ଆଣିଥିଲେ। ସ୍ଵେଛାସେବି ଅନୁଷ୍ଠାନ “ସେବକ” ର ଦଳପତି ଶ୍ରୀମାନ ରଶ୍ମିରଞ୍ଜନ ସାହୁ ଉପସ୍ଥିତ ଅତିଥିବୃନ୍ଦ ଓ ଚାଷୀ ମାନଙ୍କୁ ସ୍ଵାଗତ ଜଣାଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଶ୍ରୀ ଚକ୍ରଧର ପୃଷେଠ ସମସ୍ତ ଚାଷୀ ମାନଙ୍କୁ ଉଦବୋଧନ ଦେଇ କିଭଳି ଲାଲ ଚଣା(chick pea) ଚାଷ ମାଧ୍ୟମରେ ଜୀବନଜୀବିକା କୁ ଆଗକୁ ନେଇପାରିବା ବୁଝାଇ କହିଥିଲେ। କୁମାରୀ ସ୍ଵାତୀ ପଣ୍ଡା ଲାଲ ଚଣା ଚାଷ ର ସମ୍ପୂର୍ଣ ପଦ୍ଧତି ଉପରେ ଆଲୋକପାତ କରିଥିଲେ।
ଏହି ଚାଷରେ ଖତ ସାର, ଧାଡି ବୁଣା, ଜଳ ଓ ଘାସ ପରିଚାଳନା ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଲେ। ଶ୍ରୀମାନ ଅଞ୍ଜନ କୁମାର ପଣ୍ଡା ସାପ୍ତାହିକ ବୈଠକ ମାଧ୍ୟମରେ ଚାଷ ପ୍ରକ୍ରିୟାର ସୁବିଧା, ଅସୁବିଧା ଓ ପ୍ରଗତି ଉପରେ ଆଲୋଚନା କରିବାପାଇଁ ଚାଷୀ ସମୂହଙ୍କୁ ପରାମର୍ଶ ପ୍ରଦାନ କରିଲେ। ସରପଞ୍ଚ ମହୋଦୟ ଏହି ଅଞ୍ଚଳର ସମସ୍ୟା ଓ ପ୍ରଗତି ସକାସେ ଏକାଭିମୁଖି ହୋଇ କାର୍ଯ୍ୟ କରିଥିବାରୁ ସମନ୍ନୀତ ଆଦିବାସୀ ଉନ୍ନୟନ ସଂସ୍ଥା ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ସୁନ୍ଦରଗଡ କୁ ଶୁଭେଛା ଜଣାଇଥିଲେ।
ଶ୍ରୀ ଅମୀୟକାନ୍ତ ନାଏକ “ଲାଲ ଚଣା” ଉତ୍ପାଦନ ହେଲାପରେ ଏହାର ବିକ୍ରି ବ୍ୟବସ୍ଥା “ଛେଦଲଗନ କୃଷକ ଉତ୍ପାଦକ ସଂଗଠନ, ସାହେବଡେରା, ସୁନ୍ଦରଗଡ ମାଧ୍ୟମରେ କରାହେବ ବୋଲି ପ୍ରତିଶୃତି ଦେଇଥିଲେ। ଉପସ୍ଥିତ ଚାଷୀବୃନ୍ଦ ଏହି ସହାୟତା ନିମନ୍ତେ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ଅଧିକାରୀ ମାନଙ୍କୁ ଧନ୍ୟ ବାଦ କରିଥିଲେ। ସହକାରୀ ସଂସ୍ଥା “ସେବକ” ର ଉନ୍ନୟନ ଅଧିକାରୀ ଶ୍ରୀ ଦିଲୀପ କୁମ୍ଭାର, ଶ୍ରୀମତୀ ପ୍ରଭାତୀ ନାଏକ ଏବଂ କ୍ଷେତ୍ର ପରିଚାଳନା ଏକକ ସଂଯୋଜକ ଶ୍ରୀ ବି. ରାଜେଶ୍ଵର ସ୍ଵାମୀ ପ୍ରଭୃତି କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।












