
ବେଗୁନିଆପଡା,(ଦେବାଶିଷ ମହାରଣା): ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ପଞ୍ଚାୟତର ଗୁଞ୍ଜବଳା ସେବା ସମବାୟ ସମିତିର ପାଇକପଡା ଠାରେ ମଙ୍ଗଳବାର ଦିନ ଧାନ ମଣ୍ଡିକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତି ଲତିକା ପ୍ରଧାନ । ଏଥିରେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ସି ଡ଼ି ପି ଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ଶ୍ରୀ ଗଣେଶ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ସବିତ୍ରୀ ଜେନା ଓ ସମ୍ପାଦିକା ଗାୟତ୍ରି ମହାପାତ୍ର ଯୋଗ ଦେଇ ଚାଷୀଙ୍କୁ ଉତ୍ସାହିତ କରିଥିଲେ ।
ଚାଷୀମାନେ କିପରି ସୁବିଧାରେ ଟୋକେନ ପାଇ ଧାନ ବିକ୍ରି କରିପାରିବେ ସେନେଇ ମହିଳା ସଙ୍ଘ ସହ ବିଧାୟିକା ଆଲୋଚନା କରିଛନ୍ତି | ପ୍ରକାଶ ଥାଉକି ସରକାର ମହିଳା ସଂଘକୁ ଧାନ କ୍ରୟ ପାଇଁ ସାମିଲ କରିବା ପରେ ଏହି ସେବା ସମବାୟ ସମିତିର ଧାନ କ୍ରୟ ପାଇଁ ପାଇକପଡା ଶ୍ରୀ ଗଣେଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି ଦାଇତ୍ୱ ଦିଆଯାଇଛି ।
ଉଦଘାଟନ ଉତ୍ସବ ଦିବସରେ ୮୦ କ୍ୱିଣ୍ଟାଲ ଧାନ କ୍ରୟ କରା ଯାଇଥିବା ସମ୍ପାଦକ କହିଛନ୍ତି। ଏହି ଧାନମଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମରେ ବହୁ ଚାଷୀ ଓ ମହିଳା ଯୋଗ ଦେଇଥିଲେ।









