Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କୁ ଏଡିଜି ପଦୋନ୍ନତି

ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କୁ ଏଡିଜି ପଦୋନ୍ନତି

32
ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରା

ଭୁବନେଶ୍ୱର,(ଏସ ଏମ ପି): ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କୁ ମିଳିଛି ପଦୋନ୍ନତି । ରାଜ୍ୟ ସରକାର ତାଙ୍କୁ ଅତିରିକ୍ତ ଡିଜି(ଏଡିଜି) ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ୧୯୯୬ ବ୍ୟାଚ୍ ର ଏହି ଆଇପିଏସ୍ ଅଧିକାରୀ ଜଣେ ଦକ୍ଷ ଅଫିସର ଭାବେ ଜଣାଶୁଣା । ଶ୍ରୀ ବୋଥ୍ରାଙ୍କ ସହ ସେହି ୧୯୯୬ ବ୍ୟାଚ୍ ର ଆଇପିଏସ୍ ସଞ୍ଜୟ ସିଂହ ଓ ଶ୍ରୀମତୀ ସୁନୀତା କକ୍ରନ୍ ଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଶ୍ରୀ ସିଂ ଏବେ କମିଶନରେଟ୍ ପୁଲିସରେ ଅତିରିକ୍ତ କମିଶନର ପଦବୀ ସହ ଡ୍ରଗ୍ ଟାକ୍ସ ଫୋର୍ସ(ଡିଟିଏଫ) ର ନେତୃତ୍ୱ ନେଉଛନ୍ତି । ଅନେକ ଡ୍ରଗ୍ ଚୋରାଚାଲାଣ ର୍ୟାକେଟ୍ ର ପର୍ଦ୍ଦାଫାସ କରି ସେ ସଫଳତା ପାଇଛନ୍ତି । ଶ୍ରୀମତୀ କକ୍ରନ୍ ଏବେ କେନ୍ଦ୍ରୀୟ ଡେପୁଟେସନ୍ ରେ ଅଛନ୍ତି ।