
ପାତ୍ରପୁର,(ଏସଏମପି): ଗଞ୍ଜମ ଜ଼ିଲ୍ଲା ପାତ୍ରପୁର ବ୍ଳକ ଜରଡ଼ା ଠାରେ ଅବସ୍ଥାପିତ ପାର୍ଥସାରଥୀ ପାଠାଗାର ବିନା ଫଳକ ଓ ବିନା ବୈଠକ ରେ ଭଙ୍ଗାଯାଇଥିବା ନେଇ ଚିକିଟି ନିର୍ବାଚନ ମଣ୍ଡଳୀ ବି ଜେ ପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ପାଠାଗାର ୧୯୫୭ ମସିହା ରେ ଗଠିତ ହୋଇ ପଞ୍ଜିକରଣ ସଂଖ୍ୟା ୨୭୫/୧୯୫୭ ରେ ପଞ୍ଜିକରଣ ହୋଇଥିଲା।
ଏହି ପାଠାଗାର କୁ ସ୍ବର୍ଗତ କବିରାଜ ଦୀନବନ୍ଧୁ ଆଚାର୍ଯ୍ୟ, ପଦ୍ମଚରଣ ଆଚାର୍ଯ୍ୟ ଙ୍କ ସମେତ ତତ୍କାଳୀନ ଗ୍ରାମ ଭଦ୍ରବ୍ୟକ୍ତି ମାନେ ଅକ୍ଲାନ୍ତ ପରିଶ୍ରମ ପଡ଼ି ଗଠନ କରିଥିବା ବେଳେ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ଙ୍କ ଶାସନ ସମୟରେ ୫୦୦୦୦ ଟଙ୍କା ଅନୁଦାନ ରେ ଛାତ ପଡ଼ିଥିଲା। ଏହି ପାଠାଗାର ରାଜସ୍ବ ବିଭାଗ ର ପ୍ଲଟ ନ ୧୬୩୨ ମାନଚିତ୍ର ରେ ପାର୍ଥ ସାରଥୀ ପାଠାଗାର ନାମରେ ଉଲ୍ଲେଖ ଥିବା ବେଳେ କେଉଁ ଉଦ୍ଦେଶ୍ୟ ରେ ଏହି ପାଠାଗାର ଭଙ୍ଗାଗଲା ଯଦି ଏହା ସରକାରୀ ଅନୁଦାନରୁ ଭଙ୍ଗା ଯାଇଛି ତେବେ କାହା ନାମରେ କାର୍ଯ୍ୟାଦେଶ ଅଛି? ନାମ ଫଳକ କାହିକି ଲଗିନି ବୋଲି ଯୁବ ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରା ପ୍ରଶ୍ନ କରିଛନ୍ତି।
ଏହି ପାଠାଗାର ପାଇଁ ରାଜା ରାମ ମୋହନ ପାଠାଗାର, ଭୁବନେଶ୍ୱର ରୁ ଲକ୍ଷାଧିକ ଟଙ୍କା ର ବହି, ଆଲ୍ମୀରା, ଟି ଭି, ହରିଣ ମୁଣ୍ଡ ସହ ଯାବତୀୟ ଜିନିଷ ସରକାର ଙ୍କ ହେପାଜ ତ ରେ ଅଛି ନା କୌଣସି ବ୍ୟକ୍ତି ବିଶେଷ ଙ୍କ ପାଖରେ ଅଛି ଶ୍ରୀ ସାମନ୍ତରା ସ୍ପଷ୍ଟୀକରଣ ମାଗିବା ସହ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହୋଇ ଗୃହ ଭାଙ୍ଗିଥିବା ଏବଂ ପାଠାଗାର ର ଜିନିଷ ନେଇଥିବା ବ୍ୟକ୍ତି ବିରୋଧ ରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀ ସାମନ୍ତରା ଦାବୀ କରିଛନ୍ତି।
ଏ ନେଇ ଜରଡ଼ା ଥାନା ରେ ଏକ ଏତେଲା ଦେବାସହ ତହସିଲଦାର ଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀ ରେ ସୁରେଶ ଆଚାର୍ଯ୍ୟ, ଶ୍ରୀନିବାସ ରେଡ୍ଡୀ, ଅଜିତ୍ ପ୍ରଧାନ, ରବୀନ୍ଦ୍ର ନାଥ ପ୍ରଧାନ, ନାଗମା ରାଓ, ଜ୍ୟୋତି ରେଡ୍ଡୀ, ବାଲାଜୀ ପ୍ରଧାନ , ଧନୁ ଶବର, ଦେବଦତ୍ତ ପଣ୍ଡା, ଙ୍କ ସମେତ ବହୁ ବି ଜେ ପି କର୍ମୀ ଉପସ୍ଥିତ ଥିଲେ।







