
ଜଟଣୀ,(ସଞ୍ଜୀବ କୁମାର): ଖୋର୍ଦ୍ଧା ଜିଲ୍ଲା ଓଡିଶା ଭାଷାସାହିତ୍ୟ ଓ ସଂସ୍କୃତି ବିଭାଗ ସୂଚନା ଏବଂ ୟୁନିସେଫ ର ମିଳିତ ସହାୟତାରେ କୋଭିଡ ସଚେତନତା ରଥ ଚଳିତ ମାସ 25 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ବୁଲିବ l
ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢ଼େ 11 ଟା ସମୟରେ ଏହି ସୁସଜ୍ଜିତ ଗାଡ଼ି ଜଟଣୀ ବ୍ଲକ କାର୍ଯ୍ୟାଳୟ ପରିସରରେ ପହଂଚିଥିଲା l ଏହି ଗାଡ଼ିକୁ ବିଡିଓ ତଥା ବ୍ଲକ କଳା ସଂସ୍କୃତି ସଂଘ ସଭାପତି ସରୋଜ କୁମାର ରାଉତ ସ୍ଵାଗତ କରିଥିଲେ l
ସଙ୍ଘ ଉପସଭାପତି ଜଗବନ୍ଧୁ ରାଉତ ଙ୍କ ସଂଯୋଜନାରେ ପାଲାକାର ପଣ୍ଡିତ ଜୟକୃଷ୍ଣ ରଥ ଓ ସାଥି କଳାକାର ଙ୍କ ଦ୍ଵାରା ଲୋକକଳା ପ୍ରଦର୍ଶନ ଓ ପାଲା ମାଧ୍ୟମରେ ମାସ୍କ ପିନ୍ଧିବା, ସାବୁନ୍ ରେ 40 ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଆଦି ବାବଦରେ କୋଭିଡ ସଚେତନତାର ବାର୍ତ୍ତା ପ୍ରଦାନ କରଯାଇଥିଲା ।
ଏହି ରଥ ଜଟଣୀ ବ୍ଲକ ର ବିଭିନ୍ନ ପଞ୍ଚାୟତ ବୁଲି ସଚେତନତାର ବାର୍ତ୍ତା ଦେବ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଚିକିତ୍ସାଧିକାରୀ ଡ଼ ଜିତେନ୍ଦ୍ର କୁମାର ପଣ୍ଡା, ସି ଡିପିଓ ବନ୍ଦନା ଦେବୀ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରିଣୀ ଝାନସୀବାଇ ମହାପାତ୍ର, ସହକର୍ମୀ ଦିଲ୍ଲୀପ୍ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l










