Thursday, November 12, 2026
Home ଜିଲ୍ଲା ବାଇକ ବାଇକ ମଧ୍ୟରେ ଦୁର୍ଘଟଣା ହୋଇ ଜଣେ ମୃତ, ଜଣେ ଗୁରୁତର

ବାଇକ ବାଇକ ମଧ୍ୟରେ ଦୁର୍ଘଟଣା ହୋଇ ଜଣେ ମୃତ, ଜଣେ ଗୁରୁତର

212

ମୁନିଗୁଡା/ଚନ୍ଦ୍ରପୁର(ସନାତନ ନାୟକ) :ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ କୁସୁମଗୁଡି ଯିବା ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଦୁଇଟି ମଟର ସାଇକେଲ ପରସ୍ପର ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇ ହୋଇପଡିଥିଲା।ଘଟଣା ସ୍ଥଳରେ ଥିବା କିଛି ଲୋକ ଏହି ଖବର ଦୁର୍ଘଟଣା ଗ୍ରସ୍ତ ପରିବାରକୁ ଜଣସି ମେଡିକାଲ ପଠାଇବାର ବ୍ୟବସ୍ଥା କରିଥିଲେ।

ଦୁଇଜଣ ଆହତ ଅନନ୍ତରାମ ନାଗ (62)ଗ୍ରାମ ବାଙ୍କୀଲି ଓ ବିଜୟ ବେନିଆଁ(20) କଲ୍ୟାଣିସିଂପୁର ସ୍ଥିତ ବୋରିପାଇ ଗ୍ରାମର ବୋଲିଜଣା ପଡ଼ିଛି ।ଦୁଇ ଜଣ ଆହତଙ୍କ ମଧ୍ୟରୁ ଅନନ୍ତରାମ ନାଗଙ୍କ ମୃତ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି।

ଗୁରୁତର ବିଜୟ ବେନିୟାକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।ମୁନିଗୁଡା ପୋଲିସ ଖବର ପାଇ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ତଦନ୍ତ ଚଳାଇଛନ୍ତି ।

ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଈ ଆଇ ସି ସୁଜ୍ଞାନୀ ସାହୁ ପ୍ରକାଶ କରିଛନ୍ତି ।