
ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳ ମିନି ଷ୍ଟାଡିୟମ ରାସ୍ତା ପାର୍ଶ୍ବରେ ବିହାର ରାଜ୍ୟର 15 ଜଣ ପରିବାର ର ଶିଶୁ ମହିଳା ପୁରୁଷ 20 ଦିନ ଧରି ଦେବl ଦେବୀ ଫୋଟ ବିକ୍ରି କରି ଗଛମୂଳେ ଶୀତ କାକରରେ ଅତି ଦୟନୀୟ ଅବସ୍ଥାରେ ରହୁଥିଲେ l
ଏହି ଖବର୍ ପାଇ ଟିମ଼୍ ହ୍ୟୁମାନିଟି ଆବାହକ ଭି. ଲୋକନାଥ ରାଜୁଙ୍କ ନେତୃତ୍ୱରେ କାଲି ସମସ୍ତ ସଦସ୍ୟ ଏବଂ ବାଲିଗୁଡ଼ା ଏସ୍ ଡି ପି ଓ ମାନସ ରଞ୍ଜନ ବାରିକ ପହଁଚି ଥିଲେ ଓ ଅସହାୟ ଯାଯାବର ପରିବାରକୁ ମାସ୍କ, ଚାଉଳ, ଗ୍ରସେରୀ ସାମଗ୍ରୀ ଓ ଶାଢ଼ି, କମ୍ବଳ, ଚଦର ବଣ୍ଟନ କରିଥିଲେ l ଏଭଳି ମହତ୍ କାର୍ଯ୍ୟକୁ ଅଞ୍ଚଳ ବାସୀ ପ୍ରସଂଶା କରିଛନ୍ତି I














