
ବିଷମକଟକ,(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ମାଓ ପ୍ରବଣ ଇଲାକା ଚନ୍ଦ୍ରପୁର ବ୍ଲକ୍ ରେ ଥିବା ଡାଙ୍ଗୋସୋରଡା କୃଷି ବିଭାଗ ଅଫିସର ଦୁର୍ନୀତି ବିରାଡି ଆଖି ବୁଜି ଖିର ପିଇଲା ପରି ମନେ ହ ଉଛି।ଚାଷୀ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଥିବା ମାଳ ମାଳ ଅଭିଯୋଗ।
ଏଣେ କୃଷି ବିଭାଗ ର ବଡ ବାବୁ ମାନଙ୍କ ମଦ୍ୟପାନ ଆସର କହିଲେ କୂଳକୁ ଲାଜ ଏଣେ ସମସ୍ତ ଗଣମାଧ୍ୟମ ରେ ଦୁର୍ନୀତି ସମ୍ପର୍କରେ ଖବର ପ୍ରସାରଣ ହେବାପରେ ମଧ୍ୟ ପ୍ରଶାସନର କୈଣସି ତଦନ୍ତ ର ଦେଖା ନାହିଁ।
କେତେବେଳେ ପାଣି ପମ୍ପ ସମ୍ପର୍କରେ ହେରଫେର ର ଅଭିଯୋଗ ହୋଇଥିବାବେଳେ ଆଉ କେତେବେଳେ ରାଇସ୍ ମିଲ ର ଟଙ୍କା ହେରଫେର ର ଅଭିଯୋଗ। ଚନ୍ଦ୍ରପୁର ବ୍ଲକ୍ ର ରାଇଲିଘାଟି ଗ୍ରାମର ନରେନ୍ଦ୍ର ଦିବାକା ଏହି ଭଳି ଅଭିଯୋଗ କରିଛନ୍ତି ।
ନରେନ୍ଦ୍ର ଆତ୍ମା ଜୋଜୋନା ରେ ରାଇସ୍ ମିଲ ଆବେଦନ ପାଇଁ ଚନ୍ଦ୍ରପୁର ବ୍ଲକ ର କୃଷି ବିଭାଗ ଅଫିସ ର ଆସି ଷ୍ଟାଣ୍ଡ ଟେକ୍ନୋଲୋଜି ମ୍ୟାନେଜର ଙ୍କୁ ଯୋଗାଯୋଗ କରିଥିଲେ ତେବେ ଚାଷୀ ମାନଙ୍କୁ ରାଇସ୍ ମିଲ ର ଆନୁଷଙ୍ଗିକ ଯନ୍ତ୍ରପାତି ବାବଦରେ ଅଠର ହଜାର ଟଙ୍କା ଖର୍ଚ୍ଚ ହେବ କହି ବାଇଶି ହଜାର ଟଙ୍କା ନେଇଥିବା ଅଭିଯୋଗ ନଜର କୁ ଆସିଛି।
ପରେ ଚଞ୍ଚକତା କରି ଚାଷୀ ଙ୍କ ଆବେଦନ ଫର୍ମ ରେ ନିଜର ମୋବାଇଲ ନମ୍ବର ଦେଇ ଓଟିପି ହାତେଇ ନରେନ୍ଦ୍ର ଙ୍କ ଆକାଉଣ୍ଟ କୁ ଏକାଅଷି ହଜାର ସାତଶହ ପଚାଷ ଟଙ୍କା ଉଠାଇ ନେଇ ଥିଲେ।ତେବେ ଏ ନେଇ ଚାଷୀ ନରେନ୍ଦ୍ର ଅଭିଯୋଗ କରିବା ପରେ ଆସି ଷ୍ଟାଣ୍ଡ ଟେକ୍ନୋଲୋଜି ମ୍ୟାନେଜର ପ୍ରଭାତ କୁମାର ସାହୁ ଉକ୍ତ ଟଙ୍କା ବିଭାଗ ର କହି ଚାଲି ଯାଇ ଥିବା ଅଭିଯୋଗ ହୋଇଛି।
ଏହି ଘଟଣା ନୁହଁ ଏହି ପରି କୃଷି ବିଭାଗ ର ମଦ୍ୟପାନ ଠାରୁ ଆରମ୍ଭ କରି ଟଙ୍କା ହଡପ ପର୍ଯ୍ୟନ୍ତ ଅଭିଯୋଗ ଆସିଛି।ସେହିପରି ମାଦିଗୁଡା ଗ୍ରାମର ଚାଷୀ ସାବର ବେଡ୍ରେ କା ଙ୍କ ମଧ୍ୟ ରିହାତି ଅର୍ଥ କୁ ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି।ଓ କଲାଗୁଡି ଗ୍ରାମର ଚାଷୀ କୃଷ୍ଣ ମୁଦ୍ରିକା ମଧ୍ୟ ସରକାରୀ ରିହାତି ଆଶାରେ ଚ ଉଦ ହଜାର ଟଙ୍କା ଦେଇ ପାଣି ପମ୍ପ କିଣିଥିଲେ।
ତେବେ ବହୁ ଦିନ ପରେ ତାଙ୍କ ରିହାତି ବାବଦରେ ଟଙ୍କା ଆସି ନଥିବା ରୁ ସେ ବ୍ୟାଙ୍କ କୁ ଯାଇ ତନଖି କରିବା ପରେ ତାଙ୍କ ଟଙ୍କା ପୂର୍ବ ରୁ ଉଠେଇ ନେଇ ଥିବା ଜଣା ପଡିଥିଲା। ଏହିପରି ଚନ୍ଦ୍ରପୁର ବ୍ଲକ୍ ରେ ହୋଇଥିବା ଦୁର୍ନୀତି ସମ୍ପର୍କରେ କହିଲେ ସାତ ଖଣ୍ଡ ରାମାୟଣ ଶେଷ ହୋଇ ଯିବ କିନ୍ତୁ ଏହି ବ୍ଲକ ର ଦୁର୍ନୀତି ର କାହାଣୀ ଶେଷ ହୋଇ ପାରିବ ନାହିଁ।
ଚନ୍ଦ୍ରପୁର ବ୍ଲକ୍ ରେ ହୋଇଥିବା ଏହି ବର୍ଷ ହେଉ କିମ୍ବା ଚଳିତ ବର୍ଷ ମଧ୍ୟ ଧାନ ମଣ୍ଡି ରେ କୈଣସି ତହସିଲଦାର ଓ ଏମ୍ ଆଇ ଙ୍କ ଦେଖା ମିଳୁ ନଥିବା ଅଭିଯୋଗ ଆସୁଛି।ବ୍ଲକ୍ ରେ ମଧ୍ୟ କୈଣସି ଅଫିସର ନିୟମିତ ଆସୁନ ଥିବା ଅଭିଯୋଗ ତ ଆଉ କେତେବେଳେ କୃଷି ବିଭାଗ ଅଧିକାରୀ ମାନେ ମଦ୍ୟପାନ ଆସର ରେ ଦେସି କୁକୁଡ଼ା ମାଂସ ସହ ବିଅର ଓ ଉସ୍ କି ର ନିରୀହ ମାନଙ୍କ ଟଙ୍କା ରେ ଏସ୍ କରୁଛନ୍ତି। ଏହା ତଦନ୍ତ କରିବା ପାଇଁ କୃଷି ବିଭାଗ ପକ୍ଷରୁ କାହିଁକି ବିଳମ୍ବ ହୋଇଛି। ସମସ୍ତ ବୁଦ୍ଧି ଜୀବି ମହଲରେ ସମାଲୋଚନା ଚାଲିଛି।
















