Saturday, November 14, 2026
Home ଜିଲ୍ଲା ରାୟଗଡା ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପାର୍ଥି : BDOଙ୍କ ସହ ସାକ୍ଷାତ

ରାୟଗଡା ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପାର୍ଥି : BDOଙ୍କ ସହ ସାକ୍ଷାତ

27

ବିଷମକଟକ,(ପ୍ରସନ କୁମାର ପଣ୍ଡା): ଆଜି ରାୟଗଡା ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପାର୍ଥି ଶ୍ରୀ ବସନ୍ତ କୁମାର ଉଲ୍ଲାକାଙ୍କ ତତ୍ୱାବଧାନରେ ରାୟଗଡା ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶଙ୍କ ନେତୃତ୍ୱରେ ରାୟଗଡା ବ୍ଲକ ଅଫିସ ଜାଇ BDO ଙ୍କ ସହ ସାକ୍ଷାତ କରି ଶାସକ ଦଳର (BJD) 420 ରାଜନୀତି ବିଷୟରେ ଅବଗତ କରାଇଥିଲେ.ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଯୋଜନା ମୁତାବକ ଲୋକଙ୍କୁ ଭୁଆଁ ବୁଲେଇ ନିଜ ଯୋଯନା କହୁଛନ୍ତି |

ତଥା ବିଜୁ ପକ୍କାଘର ଯୋଜନା ନାମ ଦେଇ ଚାଲିଛନ୍ତି.ଆଗାମୀ ଦିନରେ ଏହା ଯଦି ବନ୍ଦ ନହେବ ଭାଜପା ତରଫରୁ ତୀବ୍ର ବିରୋଧ ହେବ ସୂଚାଇ ଦିଆଯାଇଛି BDO ଙ୍କୁ.ଏହାବାଦେ ରାୟଗଡା ଥାନା ଜାଇ IIC ଙ୍କୁ ଦେଖାକରି BJD ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ FIR ମଧ୍ୟ ଦିଆଯାଇଛି |

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଶ୍ରୀ ତରୁଣ ଗରଡ଼ିଆ(ଗ୍ରାମୀଣ ମଣ୍ଡଳ ସଭାପତି)ଶ୍ରୀ ରୋଶନ ପାଣିଗ୍ରାହୀ (କୁମ୍ଭିକୋଟା ମଣ୍ଡଳ ସଭାପତି)ଶ୍ରୀ ରବି ମଂଡଙ୍ଗି(ପିପିଲିଗୁଡା ମଣ୍ଡଳ ସଭାପତି).ଏହା ସତ୍ୱେ ସମସ୍ତ ମଣ୍ଡଳ ଅନେକ ପଦାଧିକାରୀ,ମୋର୍ଚ୍ଚା ସଭାପତି/ସଭାନେତ୍ରୀ ଏବଂ ଅନେକ କାର୍ଯ୍ୟକର୍ତା ମଧ୍ୟ ଉପସ୍ଥିତ ଥିଲେ।