Thursday, November 12, 2026
Home ଜିଲ୍ଲା ବିଷମ କଟକ ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରରେ ମାନସିକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବିଷମ କଟକ ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରରେ ମାନସିକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

45

ବିଷମ କଟକ,(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକର ଗୋଷ୍ଟିସ୍ବାସ୍ଥ୍ୟ କେନ୍ଦ୍ର ରେ ମାନ.ସିକ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ସ୍ୱାସ୍ଥ ଶିବିର ରେ ଗଂଜାମ ଜିଲ୍ଲା ବ୍ରହ୍ମପୁର ସିଟି ହସ୍ପିଟାଲରୁ ମାନସିକ ଶିଶୁ ବିଶେଷଜ୍ଞ, ଡକ୍ଟର ଶର୍ମିଷ୍ଠା ପ୍ରିୟଦର୍ଶନୀ, ମାନସିକ ସ୍ୱାସ୍ଥ୍ୟ ସାମାଜିକ କର୍ମୀ ଚନ୍ଦନ କାଦମ୍ବାଲା, ବିଷମ କଟକ ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା କରିଛନ୍ତି । ଏହି ମାନସିକ ରୋଗରେ ବିଶେଷଜ୍ଞ ଏଠାରେ ପହଞ୍ଚି ୧୦୦ ଜଣ ମାନସିକ ରୋଗୀଙ୍କୁ ଚିକିତ୍ସା କରି ସେମାନଙ୍କୁ ମାଗଣାରେ ଔଷଧ ଦେଇଛନ୍ତି ।

ଯେଉଁ ଜିଲ୍ଲାରେ ମାନଙ୍କ ରେ ମାନିସିକ ବିଶେଷଜ୍ଞ ନଥିବେ ସେଇ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ମାନିସିକ ସ୍ଵାସ୍ଥ୍ୟ ଶିବିର ରାଜ୍ୟସରକାର ଙ୍କ ପକ୍ଷରୁ ଏହି ସୁବିଧା ଯୋଗାଇଦିଆଯାଉଛି । ପ୍ରତ୍ୟକ 3 ମାସକୁ ଥରେ ଏହି ମାନସିକ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ କରାଯାଉଥିବା ସିଟି ହସ୍ପିଟାଲ ମାନସିକ ଶିଶୁ ବିଶେଷଜ୍ଞ ଡକ୍ଟରଶର୍ମିଷ୍ଠା ପ୍ରିୟଦର୍ଶନୀ କହିଛନ୍ତି ।

ଆୟଜିତ ଏହି ମାନସିକ ସ୍ୱାସ୍ଥ୍ୟ ଶିବିର ରେ ବିଷମ କଟକ ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡକ୍ଟର ଅଂଶୁପ୍ରଭା ମହାନ୍ତି, ବ୍ଲକ କର୍ଯ୍ୟକ୍ରମ ପରିଚାଳନା ପ୍ରଭାକର ଧଳ, ଓ ବ୍ଲକ ସ୍ୱାସ୍ଥ ପ୍ରଶାରଣ ଅଧିକାରୀ ଜଚ୍ଚନାରାଣୀ ମହାରଣା, ମାନସିକ ସ୍ୱାସ୍ଥ୍ୟ ଶିବିରର ପରିଚଳା କରିଥିଲେ ।