ଆସିକା,୨୭/୯ (ଖିରୋଦ ଚନ୍ଦ୍ର ବେହେରା) : ଆସିକା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଏନ ଏସ ଏସ, ୱାଇ ଆର ସି ଓ ସ୍କାଉଟ ର ମିଳିତ ସହଯୋଗ ରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି. ଉକ୍ତ କାର୍ୟ୍ୟକ୍ରମ କୁ ଏନ ଏସ ଏସ ର କାର୍ୟ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶ୍ରୀ ସରୋଜ କୁମାର ପଣ୍ଡା ସଂଯୋଜନା କରିଥିବା ବେଳେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ତାରାପ୍ରସାଦ ଦାସ, ପ୍ରଶାସନିକ ଅଧିକାରୀ ପ୍ରଫେସର ପ୍ରଦୀପ କୁମାର ପାଢ଼ୀ ଓ ଶୈଖିକ ଅଧିକାରୀ ଡ଼ଃ ଯିବାନନ୍ଦ ତ୍ରିପାଠୀ ସମେତ ଅନ୍ୟାନ୍ୟ କାର୍ୟ୍ୟକ୍ରମ ଅଧିକାରୀଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଥିଲା I










ମହାବିଦ୍ୟାଳୟ ର ୪୮ ଜଣ ଛାତ୍ରୀ ଓ ଛାତ୍ର ରକ୍ତ ଦାନ କରିଥିଲେ. ରକ୍ତ ସଂଗ୍ରହ ପାଇଁ ଭଞ୍ଜନଗର ରକ୍ତସଂଗ୍ରହାଳୟ ର ମେଡିକାଲ ଅଫିସର ଡ଼ଃ. ଶିଶିର କୁମାର ସାବତ, ଲେବ ଟେକନୀସିଆନ ସୁରେନ୍ଦ୍ର ମହାପାତ୍ର, ଚିତ ରଞ୍ଜନ ଖଟୁଆ, ଇତିଶ୍ରୀ ତ୍ରିପାଠୀ, ବିପିନ ପାଣିଗ୍ରାହୀ, ନାରାୟଣ ବେହେରା, ନାରାୟଣ ପାଢ଼ୀ, ଗଣେଶ କୁମାର ନାୟକ ଓ ହିତାଂଶୁ ପ୍ରଧାନ ରକ୍ତ ସଂଗ୍ରହ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ. କାର୍ୟ୍ୟକ୍ରମ ଟିକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ସମସ୍ତ ସ୍ଵେଛା ସେବୀ ସମେତ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେI



