
ଜଟଣୀ,(ସଞ୍ଜୀବ କୁମାର):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଂଚକତା ହୋଇଥିବା ଅଭିଯୋଗ କରି ଜଟଣୀ ବିଜେପି ତରଫରୁ ସ୍ଥାନୀୟ ବି.ଡି.ଓ ଙ୍କୁ ଏକ ଦାବୀପତ୍ର ଦେବା ସହିତ ଜଟଣୀ ଥାନାରେ ଅଭିଯୋଗ ମଧ୍ଯ କରାଯାଇଥିଲା।ଜଟଣୀ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ବ ରଂଜନ ବଡଜେନାଙ୍କ କହିବା ଅନୁଯାୟୀ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଗ୍ରୁହ ଗୁଡିକରେ ବିଜୁ ପକାଘର ଷ୍ଟିକର ଲଗାଯାଉଛି,ଯଦି ଏହି ଚଂଚକତା ବନ୍ଦ ନ ହୁଏ ଏବଂ ଷ୍ଟିକର ଲଗାଉଥିବା କର୍ମଚାରୀମାନଙ୍କ ବିରୋଧରେ ଦ୍ରୁଢ କାର୍ଯାନୁଷ୍ଠାନ ନ ହୁଏ ତେବେ ଆଗାମୀ ଦିନରେ ଜଟଣୀ ବିଜେପି ବ୍ଲକ ଘେରାଉ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବ।
ଏହି କାର୍ଯ୍ୟକ୍ରମରେ ଜଟଣୀ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ବ ରଂଜନ ବଡଜେନାଙ୍କ ସହ ବିଜେପି ନେତ୍ରୀ ରଶ୍ମିମୟୀ ପଟ୍ଟନାୟକ, ପ୍ରବିଣା ଭଂଜଦେଓ, ଏମ୍.ପି ପ୍ରତିନିଧି ପଦ୍ମଚରଣ ପ୍ରଧାନ, ଯୁବନେତା ମିଟୁ ମାର୍ଥା, ରଘୁ ସ୍ବାଇଁ ଇତ୍ୟାଦି ବହୁ ସଂଖ୍ଯକ ବିଜେପି କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ।











