Thursday, November 12, 2026
Home ଜିଲ୍ଲା ଖୋର୍ଦ୍ଧା ଖୋର୍ଦ୍ଧା ଜଲ୍ଲାପାଳଙ୍କ ସମୀକ୍ଷା ବୈଠକ ଜଟଣୀରେ ଅନୁଷ୍ଠିତ

ଖୋର୍ଦ୍ଧା ଜଲ୍ଲାପାଳଙ୍କ ସମୀକ୍ଷା ବୈଠକ ଜଟଣୀରେ ଅନୁଷ୍ଠିତ

22

ଜଟଣୀ,(ସଞ୍ଜୀବ କୁମାର):ଖୋର୍ଦ୍ଧା ଜଲ୍ଲାପାଳଙ୍କ ସମୀକ୍ଷା ବୈଠକ ଜଟଣୀରେ ଅନୁଷ୍ଠିତ ହୋଇ ଯାଇଛି। ଜଟଣୀ ପୌରପରିଷଦର ଆଫିସ୍ ରେ ଖୋର୍ଦ୍ଧା ଜଲ୍ଲାପାଳ ସନତ କୁମାର ମହାନ୍ତି ଏକ ସମୀକ୍ଷା ବୈଠକ କରିଥିଲେ। ପୌର ଅଧିକାରୀ ଦିଲୀପ ମହାନ୍ତି, ତହସିଲଦାର ତପନ ମହାପାତ୍ରଙ୍କ ଉପସ୍ଥିତିରେ ଜଟଣୀ ସହରର ସମସ୍ତ ଉନ୍ନତି ମୁଳକ କାର୍ଯ୍ୟର ତଦାରଖ କରିବା ସହ ପୌରପରିଷଦ ପରିସରରେ ଏକ ପାର୍କ କୁ ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ।

ଜଟଣୀରେ ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ପୌର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେବା ସହ ଉତ୍ସାହିତ କରିଥିଲେ ।ଏହି ଅବସରରେ ଜଟଣୀର  ବହୁ ପ୍ରତିକ୍ଷିତ ଫ୍ଲାଇ ଓଭରବ୍ରିଜ ବାବଦରେ ମଧ୍ଯ ଆଲୋକପାତ କରିଥିଲେ। ସେ କହିଥିଲେ ବିସ୍ଥାପିତ ହେବାକୁ ଥିବା ବ୍ଯବସାୟୀ ମାନଙ୍କୁ  ଥଇଥାନ କରିବା ପାଇଁ ଯୋଜନା ଚାଲିଛି ଓ ଫ୍ଲାଇ ଓଭରବ୍ରିଜ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସହଯୋଗ କରାଯିବ।