Friday, November 13, 2026
Home ଆଞ୍ଚଳିକ ବଣିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

ବଣିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

25

ବୁଗୁଡା,(ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଏକ ଗ୍ରାମପଞ୍ଚାୟତ ହେଲେ ମଧ୍ୟ ଏହାର ଆଖପାଖ ପ୍ରାୟ ପଚାଶ ଖଣ୍ଡ ଗାଁ ର ବ୍ୟବସାୟିକ ପେଣ୍ଠସ୍ଥଳୀ ଅଟେ । ଗତ ଦିନମାନଙ୍କରେ କରୋନା ପ୍ରଭାବିତ ହୋଇ ବାଲିପଦର ଗ୍ରାମବାସୀ ତଥା ବ୍ୟବସାୟୀମାନେ ନାହିଁ ନ ଥିବା ଭୟ ଓ ଆଶଙ୍କାରେ ଥିବା ବେଳେ ଗଂଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଙ୍କ ଦକ୍ଷ କାର୍ଯ୍ଯାନୁଷ୍ଠାନ ଓ କୋଭିଡ ପରିଚାଳନାରେ ବାଲିପଦର ସମେତ ସମଗ୍ର ଗଂଜାମ ଜିଲ୍ଲା କରୋନା ରୋକିବାରେ ଉଦାହରଣ ହୋଇପାରିଛି ।

ଆଜି ଜିଲ୍ଲାପାଳଙ୍କ ବୁଗୁଡା ଗସ୍ତ ସମୟରେ ବାଲିପଦର ବଣିକ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । କାର୍ଯ୍ୟକ୍ରମରେ ସଙ୍ଘର ସଭାପତି ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ, ନାରାୟଣ ସାମନ୍ତରା, ଉମାଶଙ୍କର ନାୟକ, ଜି.ମନୋଜ ପାତ୍ର ଓ ଘୁମୁସର ର ସ୍ୱର ସଭାପତି ଡଃ.ବି.ପ୍ରକାଶ ଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ