Sunday, October 11, 2026
Home ଜିଲ୍ଲା କନ୍ଧମାଳ ତୁମୁଡିବନ୍ଧ ଅଂଚଳରେ ମାଓ ପୋଷ୍ଟର

ତୁମୁଡିବନ୍ଧ ଅଂଚଳରେ ମାଓ ପୋଷ୍ଟର

49

ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ‌ତୁମୁଡିବନ୍ଧ ଥାନା ଅଞ୍ଚଳରେ ନିଜର ସ୍ଥିତି ଜାହିର କଲା ମାଓ ସଂଗଠନ । ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ନିକଟ ଇମାନୁଏଲ ନଗରରେ ମାଓ ପୋଷ୍ଟର ଜାରି କରିଛି କେକେବିଏନ୍ ମାଓ ସଂଗଠନ । ସମାଜରେ ସତ୍ୟ, ନ୍ୟାୟ ସମାନତା ପ୍ରତିଷ୍ଠା ପାଇଁ ପିଏଲଜିଏ ସପ୍ତାହ ଅବସରରେ ପିଏଲଜିଏରେ ଯୋଗ ଦେବାକୁ ଯୁବକ ଯୁବତୀ ମାନଙ୍କୁ ମାଓବାଦୀ ପାର୍ଟି ପୋଷ୍ଟର ମାଧ୍ୟମରେ ଆହ୍ବାନ କରିଛି ।

ଅନ୍ୟପଟେ କନ୍ଧମାଳ ଜିଲ୍ଲାର ସ୍କୁଲ ବନ୍ଦ ଓ ଗାଁ ଲୋକେ କାମ ଅନ୍ବେଷଣରେ ଭିଟାମାଟି ଛାଡ଼ିଥିବା ବେଳେ ଫିରିଙ୍ଗିଆ ବ୍ଲକ୍ କୋଟପଙ୍ଗା ଠାରେ ସିଆରପିଏଫ୍ କ୍ୟାମ୍ପ କଣ ପାଇଁ ବୋଲି ପ୍ରଶ୍ନ କରିବା ସହ ଜିଲ୍ଲାରେ ସିଆରପିଏଫ୍ କ୍ୟାମ୍ପକୁ ବିରୋଧ କରିଛି ମାଓ ସଂଗଠନ । ସେପଟେ ଗଞ୍ଜେଇ ଗଛ କଟାକୁ ମଧ୍ୟ ପୋଷ୍ଟର ମାଧ୍ୟମରେ ବିରୋଧ କରିଛି ମାଓ ସଂଗଠନ ।